Home >
ଓଡ଼ିଶାରେ ସୁସ୍ଥରେ ରେକର୍ଡ : ଆଜି ଦିନକରେ ୨୪୩ କରୋନାରୁ ଆରୋଗ୍ୟ, ୫ ହଜାର ଟପିଲା ସୁସ୍ଥ ସଂଖ୍ୟା
Khabar Odisha:Record-number-of-Corona-pateint-cured-in-Odisha
ଭୁବନେଶ୍ୱର, ଜୁନ ୩୦ ( ଖବର ଓଡ଼ିଶା):

 ଓଡ଼ିଶା ସୁସ୍ଥରେ ରେକର୍ଡ କରୋନା ଭାଙ୍ଗିଲା ପୂର୍ବ ରେକର୍ଡ । ଆଜି ରାଜ୍ୟରେ ଆଉ ୨୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନରେ ଆଜି ସର୍ବାଧିକ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୫ ହଜାର ୧୮୯ କୁ ଛୁଇଁଛି ।

ଆଜି କରୋନାରୁ ସୁସ୍ଥ ହୋଇଥିବା ମଧ୍ୟରୁ ସର୍ବାଧିକ ଗଜପତିର ୫୯ ଜଣ ଥିବା ବେଳେ ଗଞ୍ଜାମର ୪୧, ଖୋର୍ଧାର ୩୮, କନ୍ଧମାଳ ୧୭, ଝାରସୁଗୁଡା ୧୫, ସୁନ୍ଦରଗଡ ୧୦, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡାରୁ ୮ଜଣ ଲେଖାଏଁ ରହିଛନ୍ତି । ସେହିପରି କୋରାପୁଟରୁ ୭, ବରଗଡ ଓ ମୟୂରଭଞ୍ଜରୁ ୬, ଜଗତସିଂପୁରରୁ ୫, କଟକ, ମାଲକାନଗିରି ଓ ନବରଙ୍ଗପୁରର ୪ଜଣ ଲେଖାଏଁ,  , ବାଲେଶ୍ୱରରୁ ୨ ଓ କଳାହାଣ୍ଡିରୁ ଜଣେ ସୁସ୍ଥ ହୋଇଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପଟେ ଆଜି ସକାଳେ ଚିହ୍ନଟ ୨୦୬ ଜଣ ନୂଆ ଆକ୍ରାନ୍ତ ଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୦୬୫ କୁ ବୃଦ୍ଧି ପାଇଛି । କରୋନାରେ ୨୫ ଜଣଙ୍କ ମୃତ୍ୟୁ ଘଟିଛି।

  • Tags:

Subscribe

National International State Sports Entertainment