Home >
ଜାତୀୟ ଆଇନ ବିଶ୍ବବିଦ୍ୟାଳୟ କୁଳପତି ଭାବେ ପ୍ରଫେସର ବେଦ କୁମାରୀଙ୍କୁ ନିଯୁକ୍ତି
Khabar Odisha:Professor-Veda-Kumari-has-been-appointed-as-the-Chancellor-of-the-National-Law-School
କଟକ, ଫେବୃଆରୀ ୨୩ (ଖବର ଓଡ଼ିଶା)

କଟକ ନରାଜସ୍ଥିତ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ବେଦ କୁମାରୀଙ୍କୁ ନିଯୁକ୍ତି ମିଳିଛି । ରିପୋର୍ଟ ମୁତାବକ ପ୍ରଫେସର ଏସକେ ଭଟ୍ଟନଗର, ଡକ୍ଟର ଫୈଜନ ମୁସ୍ତାଫା ଓ ଜଷ୍ଟିସ୍ ଏକେ ପଟ୍ଟନାୟକଙ୍କ କମିଟି ବେଦ କୁମାରୀଙ୍କ ସମେତ ୮ ଜଣଙ୍କ ନାଁ ପ୍ରଧାନ ବିଚାରପତିଙ୍କୁ ସୁପାରିସ୍ କରିଥିଲେ ।

୨୦୧୬ ମସିହାରୁ ଏବେ ଯାଏଁ ପ୍ରଫେସର ବେଦ କୁମାରୀ ଦିଲ୍ଲୀ ଆଇନ୍ ବିଭାଗର ଡିନ୍ ଭାବେ କାର୍ଯ୍ୟ କରୁଛନ୍ତି । ୧୯୮୩ରୁ ୮୫ ଯାଏ ଜମ୍ମୁ ବିଶ୍ୱବିଦ୍ୟାଳୟର ଆଇନ୍ ବିଭାଗର ଅଧ୍ୟାପକ ଭାବେ କାର୍ଯ୍ୟ କରିଛନ୍ତି । ସେ ଦିଲ୍ଲୀ ଜୁଡିସିଆଲ୍ ଏକାଡେମୀର ଅଧ୍ୟକ୍ଷ ଭାବେ ୨୦୦୯-୧୧ ଯାଏ କାମ କରିଛନ୍ତି ।

ଭାରତରେ ଜୁଭେନାଇଲ ଜଷ୍ଟିସକୁ ନେଇ ପ୍ରଫେସର ବେଦ କୁମାରୀ ୩ ଗୋଟି ପୁସ୍ତକ ଲେଖିଛନ୍ତି । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ବେଦ କୁମାରୀ ଚଳିତବର୍ଷ ଅଗଷ୍ଟ ମାସରେ ଅବସର ନେବେ ।

  • Tags:

Subscribe

National International State Sports Entertainment