Home >
କଟକରେ ପୁଣି ଭେଜାଲ ,ନକଲି ସିମେଣ୍ଟ କାରଖାନାରେ ପୋଲିସର ରେଡ
Khabar Odisha:Police-raid-adulterous-fake-cement-factory-in-Cuttack-again
କଟକ, ଫେବୃଆରୀ 23 (ଖବର ଓଡ଼ିଶା):

କଟକ ବର୍ତ୍ତମାନ ନକଲି ଜିନିଷର ପେଣ୍ଠସ୍ଥଳୀ ପାଲଟିଥିବା ବେଳେ ଏହା ଜନସାଧାରଣଙ୍କ ସ୍ୱାସ୍ୟ ପ୍ରତି ବିପଦ ବଢିବାରେ ଲାଗିଛି । ତେବେ ଏହି ଭେଜାଲ ଜିନିଷକୁ ବନ୍ଦ କରିବା ପାଇଁ ବର୍ତ୍ତମାନ ଆକ୍ସନକୁ ଆସିଛି କମିଶନରେଟ୍ ପୋଲିସ ।

ପୂର୍ବରୁ ଅନେକ ଥର ବିଭିନ୍ନ ନକଲି ସାମଗ୍ରୀ ଜବତ କରିଛି ପୋଲିସ । ଏହି ଘଟଣାରେ ଅନେକ ବ୍ୟକ୍ତି ଗିରଫ ମଧ୍ୟ ହୋଇଛନ୍ତି । ତଥାପି କଟକରୁ ଭେଜାଲ ସାମଗ୍ରୀ ଏବଂ ନକଲି ସାମଗ୍ରୀ ବିକ୍ରୟ ଉପରେ ରୋକ ଲାଗି ପାରୁ ନାହିଁ ।

ଅନାୟସରେ ବଜାରରେ ଚାଲିଛି ନକଲି ସାମଗ୍ରୀ ବିକ୍ରି । ତେବେ ଆଜି କଟକ ଜଗତପୁର ସ୍ଥିତ କେନ୍ଦ୍ରାପଡା-ଚାନ୍ଦବାଲି ରୋଡର ଖଇରା ବ୍ରିଜ ନିକଟରେ ଏକ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି ।

ଏଠାରେ ଅଲଟ୍ରାଟେକ ସିମେଣ୍ଟ ନାଁରେ ନକଲି କରାଖାନା କରି ବଜାରକୁ ଅପମିଶ୍ରିତ ସାମଗ୍ରୀ ଛଡାଯାଉଥିଲେ । ତେବେ ଏହି ଖବର ମିଳିବା ପରେ ଜଗତପୁର ପୋଲିସ ଏସିପି ଯୋନ-୧ଙ୍କ ନେତୃତ୍ବରେ କାରଖାନା ଉପରେ ଚଢ଼ାଉ କରି ଗୋଟିଏ ସିମେଣ୍ଟ ବୋଝେଇ ଟ୍ରକ ଜବତ କରିବା ସହିତ କାରଖାନାରୁ ବିପୁଳ ପରିମାଣର ସିମେଣ୍ଟ,ତିଆରି ସାମଗ୍ରୀ ଜବତ କରିଛି ପୋଲିସ।

  • Tags:

Subscribe

National International State Sports Entertainment