ଭୁବନେଶ୍ୱର: ରାଜ୍ୟରେ ଜୁନ୍ ୨୦୨୪ ଠାରୁ ସମଗ୍ର ରାଜ୍ୟରେ ରାସନ କାର୍ଡ଼ ପାଇଁ ମୋଟ ୧୫ ଲକ୍ଷ ୩୩ ହଜାର ଆବେଦନ ହୋଇଛି । ସେଥିରୁ ୭ ଲକ୍ଷ ୩୭ହଜାର ୫୩୦ ଗୋଟି ଆବେଦନ ଗୁଡ଼ିକୁ ଅଯୋଗ୍ୟ ଚିହ୍ନଟ ହୋଇଛି । ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ଅଣତାରକା ଚିହ୍ନିତ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।
ମନ୍ତ୍ରୀଙ୍କ ସୂଚନା ମୁତାବକ ଜୁନ୍ ୨୦୨୪ ଠାରୁ ସମଗ୍ର ରାଜ୍ୟରେ ରାସନ କାର୍ଡ଼ ପାଇଁ ମୋଟ ୧୫ ଲକ୍ଷ ୩୩ ହଜାର ୧୫୩ ଗୋଟି ଆବେଦନ ହସ୍ତଗତ ହୋଇଅଛି । ତନ୍ମଧ୍ୟରୁ, ୩ ଲକ୍ଷ ୨୩ ହଜାର ୧୪୫ ଗୋଟି ଆବେଦନ ଯାହାର ପରିବାର ସଦସ୍ୟ ସଂଖ୍ୟା ୬ ଲକ୍ଷ ୩୯ ହଜାର ୮୨୭ ଗୁଡିକ କ୍ଷେତ୍ର ତର୍ଜମା ପରେ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ନୂତନ ଭାବରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ସେଭଳି ୭ ଲକ୍ଷ ୩୭ହଜାର ୫୩୦ ଗୋଟି ଆବେଦନ ଗୁଡ଼ିକୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ବଳକା ଥିବା ଏବଂ ସଦ୍ୟ ହସ୍ତଗତ ହେଉଥିବା ୪ ଲକ୍ଷ ୭୨ ହଜାର ୪୭୮ ଗୋଟି ଆବେଦନ ଗୁଡ଼ିକର, ବ୍ଲକ ଏବଂ ପୌରାଞ୍ଚଳ ସ୍ତରରେ କ୍ଷେତ୍ର ତର୍ଜମା ଚାଲିଛି । କ୍ଷେତ୍ର ତର୍ଜମାରେ ଯୋଗ୍ୟ ବିବେଚିତ ହେଉଥିବା ଆବେଦନକାରୀଙ୍କୁ, ଖାଦ୍ୟ ଖାଦ୍ୟ ସୁରକ୍ଷାରେ ଅନ୍ତର୍ଭୁକ୍ତ କରାଯାଉଅଛି । ଯୋଗ୍ୟ ବିବେଚିତ ହେଉଥିବା ଆବେଦନକାରୀଙ୍କ ନିମନ୍ତେ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ, ସମସ୍ତ ବ୍ଲକ ଏବଂ ପୌରାଞ୍ଚଳ ମାନଙ୍କୁ ଯଥେଷ୍ଟ ଟାର୍ଗେଟ ପ୍ରଦାନ କରାଯାଇଛି।