Home >
ଟ୍ୱିନସିଟିରେ ଅରେଞ୍ଜ ୱାର୍ଣ୍ଣି ଜାରି, ଦୁଇ ଦିନ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷିବ
Khabar Odisha:Orange-Warning-continues-in-the-Twin-Cities-with-heavy-to-very-heavy-rain-for-two-days
ଭୁବନେଶ୍ୱର, ଡିସେମ୍ବର ୪(ଖବର ଓଡିଶା):

ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଜୱାଦ । ଆସନ୍ତାକାଲି ମଧ୍ୟାହ୍ନରେ ପୁରୀରେ ଲ୍ୟାଣ୍ଡଫଲ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେବେ ଏହାର ପ୍ରଭାବରେ କଟକ, ଭୁବନେଶ୍ୱରକୁ ଅରେଞ୍ଜ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ । 

ବିଶେଷ କରି ଆଜି ଓ ଆସନ୍ତାକାଲି ଟ୍ୱିନସିଟିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସହିତ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି । ସେପଟେ ଦୁର୍ବଳ ହେବାରେ ଲାଗିଛି ବାତ୍ୟା ଜୱାଦ । ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁବା ବେଳେ ଏହା ଗଭୀର ଅବପାତର ରୂପ ନେବ । ଗଭୀର ଅବପାତ ବେଳେ ପବନର ବେଗ ସର୍ବାଧିକ ୭୫ କିଲୋମିଟର ରହିବ । 

ସେହିପରି ଘଣ୍ଟାକୁ ୪ କିମି ବେଗରେ ଉତ୍ତର ଦିଗକୁ ଗତି କରୁଛି ବାତ୍ୟା । ବର୍ତ୍ତମାନ ଏହା ବିଶାଖାପାଟଣାରୁ ୨୩୦କିମି, ଗୋପାଳପୁର ଠାରୁ ୩୪୦  କିମି, ପୁରୀରୁ ୪୧୦ କିମି ଦୂରରେ ରହିଛି । ବାତ୍ୟା ଉତ୍ତର ପୂର୍ବ ଗତି କରିବା ବେଳେ ଏହା ପ୍ରଭାବବରେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଆଜି ଜିଲ୍ଲାରେ ୨୦ ସେଣ୍ଟିମିଟର ବର୍ଷା ହେବ । ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । 

  • Tags:

Subscribe

National International State Sports Entertainment