Home >
ଅନଲାଇନରେ ପଢ଼ିବେ ଦଶମ ଶ୍ରେଶୀ ଛାତ୍ରଛାତ୍ରୀ, ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ
Khabar Odisha:Online-class-for-10th-students
ଭୁବନେଶ୍ୱର, ଏପ୍ରିଲ ୦୭ (ଖବର ଓଡ଼ିଶା):

ଓଡ଼ିଶା କରୁଛି କରୋନା ଯୁଦ୍ଧ । ଏହାର ପ୍ରଭାବ ପଡ଼ିଛି ଶିକ୍ଷା ଉପରେ । ସାରା ଦେଶ ୨୧ ଦିନିଆ ଲକ୍ ଡାଉନ ଯୋଗୁଁ ଶିକ୍ଷାକ୍ଷେତ୍ର ପ୍ରଭାବିତ ହୋଇଛି ।  ଏଣୁ ଅନଲାଇନରେ ପାଠପଢିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ଏବର୍ଷ ଦଶମ ଶ୍ରେଣୀକୁ ଉତିର୍ଣ୍ଣ ହେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ଅନଲାଇନରେ ଶିକ୍ଷା । ୧୪ ତାରିଖ ପରେ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ । ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ଶିକ୍ଷା ଦିଆଯିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି ।
ଚଳିତ ବର୍ଷ ଯେଉଁ ଛାତ୍ରଛାତ୍ରୀମାନେ ଦଶମ ଶ୍ରେଣୀକୁ ଉତିର୍ଣ୍ଣ ହେବେ ସେମାନଙ୍କୁ ଅନଲାଇନରେ ଶିକ୍ଷା ଦିଆଯିବ । ଦୀକ୍ଷା ଆପ୍ ଜରିଆ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯିବ ।  ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସହିତ ଯୋଡି ରଖିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ରଂଜନ ଦାଶ ।
ଗଣଶିକ୍ଷା ମନ୍ତ୍ରୀଙ୍କ କହିବା ଅନୁସାରେ, କରୋନା ଯୋଗୁଁ ଚଳିତ ବର୍ଷର ସ୍କୁଲ ବନ୍ଦ ରହିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଛି ।ଦୀକ୍ଷା ଆପ୍ ସାହାଯ୍ୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯିବ । ଆସନ୍ତା ୧୪ ତାରିଖ ପରେ ବିଭାଗ ଦ୍ୱାରା କାର‌୍ୟ୍ୟକ୍ରମର ସମ୍ପୂର୍ଣ୍ଣ ବ୍ଲୁପ୍ରିଂଟ ପ୍ରସ୍ତୁତ କରାଯିବ । ଏଭଳି ଅନଲାଇନ ଶିକ୍ଷା ଦ୍ୱାରା ଛାତ୍ରଛାତ୍ରୀ ଲାଭବାନ ହେବେ ବୋଲି ଆଶା କରାଯାଉଛି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।

  • Tags:

Subscribe

National International State Sports Entertainment