Home >
ସ୍ୱତନ୍ତ୍ର ଓଜେଇଇ ପରିକ୍ଷା ପାଇଁ ଆସନ୍ତା କାଲିଠୁ ଅନଲାଇନ୍ ଆବେଦନ
Khabar Odisha:Online-application-for-the-special-Ojee-exam-from-tomorrow

ଭୁବନେଶ୍ୱର, ଜୁଲାଇ ୨୨(ଖବର ଓଡ଼ିଶା): ରାଜ୍ୟରେ ଖାଲିଥିବା ସମସ୍ତ ସରକାରୀ ଏବଂ ବେସରକାରୀ ଇନ୍‌ଜିନିୟରିଂ କଲେଜଗୁଡ଼ିକର ପ୍ରଥମ ବର୍ଷ ବି.ଟେକ୍ ପାଠ୍ୟକ୍ରମରେ ଆଡମିଶନ ପାଇଁ ସ୍ୱତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅନୁଷ୍ଠିତ ହେବ ।

ଏହ ସ୍ୱତନ୍ତ୍ର ପରିକ୍ଷା ୨୦୨୧ ଓଜେଇଇ ପରିକ୍ଷାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେବ ଯାହାକି ଚାଲୁଥିବା କରୋନା ମହାମାରୀ ଦୃଷ୍ଟିରେ ରଖି ଯୋଜନା କରାଯାଇଛି । ପ୍ରଥମ ପର୍ଯ୍ୟୟ ଓଜେଇଇ କାଉନସେଲିଂ ପରେ କେବଳ ସେହି ଛାତ୍ରମାନଙ୍କ ପାଇଁ ବି.ଟେକ୍ ପାଠ୍ୟକ୍ରମରେ ଆଡମିଶନ କରାଯିବ, ଯେଉଁମାନେ କୌଣସି କାରଣରୁ ଓଜେଇଇ(ମେନ୍)୨୦୨୧ ପରୀକ୍ଷାରେ ଉପସ୍ଥିତ ହୋଇପାରି ନଥିବେ । 

ତେବେ ଏହି ଏନ୍ଟ୍ରାନ୍ସ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଚାଲିବ ଏବଂ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଆବଶ୍ୟକ ଫି ପ୍ରଦାନ କରାଯାଇପାରିବ । ସଠିକ ସମୟରେ ପରୀକ୍ଷଣର ତାରିଖ ଏବଂ ଆଡମିଟ୍ କାର୍ଡ ଡାଉନଲୋଡ୍ ସମ୍ବନ୍ଧରେ ବିସ୍ତୃତ କାର୍ଯ୍ୟସୂଚୀ କରୋନା ମହାମରୀକୁ ଦୃଷ୍ଟିରେ ରଖିି ପ୍ରଦାନ କରାଯିବ । ଛାତ୍ରଛାତ୍ରୀ ମାନେ ଅନଲାଇନ୍ ଆବେଦନ ପାଇଁ  www.ojee.nic.inରେ ଆବେଦନ କରିପାରିବେ ।

  • Tags:

Subscribe

National International State Sports Entertainment