Home >
ରାଜଧାନୀରେ ଆରମ୍ଭ ହେବ ମେଟ୍ରୋ କାମ : ଜୁନରେ ମେଟ୍ରୋ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
Khabar Odisha:Odisha-Metro-railway-project-work-to-start-before-2023-end
ଖବର ଓଡିଶା : 26/05/2023

ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେବ ମେଟ୍ରୋ କାମ l ମେଟ୍ରୋ ଟ୍ରେନ ଚଳାଚଳ ନେଇ ନଗର ଉନ୍ନୟନ ବିଭାଗ ସଚିବଙ୍କ ସୂଚନା । ୨୦୨୩ ଶେଷ ପୂର୍ବରୁ ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ କାମ ଆରମ୍ଭ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ।

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ସାମ୍ବାଦିକ ସମ୍ମିଳନୀ କରି ନଗର ଉନ୍ନୟନ ସଚିବ ଜି.ମାଥିଭାଥନନ କହିଛନ୍ତି, ଜୁନ ମାସରେ ମେଟ୍ରୋ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବ । ଭିତ୍ତିପ୍ରସ୍ତରର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେଟ୍ରୋ ଟ୍ରେନ ପାଇଁ ସର୍ଭେ ସରି ଯାଇଛି । ଦିଲ୍ଲୀ ମେଟ୍ରୋ ରେଳ ନିଗମ ଏହାର ଡିପିଆର ପ୍ରସ୍ତୁତ କରୁଛି । ଏହା ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । କେଉଁ ରୁଟରେ ମେଟ୍ରୋ ଟ୍ରେନ୍ ଯିବ ତାହା ଚିହ୍ନଟ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍ ଚାଲିବ । ପରବର୍ତ୍ତୀ ସମୟରେ ଜଟଣୀ ଓ ପୁରୀକୁ ମେଟ୍ରୋ ଟ୍ରେନ୍ ଯିବା ପାଇଁ ଯୋଜନା କରାଯାଉଛି। 

Subscribe

National International State Sports Entertainment