ବାଲେଶ୍ୱର ବାହାନଗା ଦୁର୍ଘଟଣାରେ ଅନେକ ମୃତଦେହ ଉଦ୍ଧାର କରାଯାଇଥିଲା ବେଳେ ଦୁଇଟି ବଗି ବନ୍ଦ ରହିଥିଲା । ଘଟଣାକୁ ପ୍ରାୟ ସପ୍ତାହେ ବିତିଯାଇଥିଲେ ବି ଏହି ଦୁଇ ବଗି ଉଦ୍ଧାର ହୋଇନଥିଲା । ଦିନକୁ ଦିନ ଦୁର୍ଗନ୍ଧ ବଢୁଥିବାରୁ ସ୍ଥାନୀୟ ଲୋକେ ଅଭିଯୋଗ ଆଣିଥିଲେ ଯେ ବଗି ଭିତରେ ମୃତଦେହ ରହିଥିବାରୁ ଏପରି ଦୁର୍ଗନ୍ଧ ବାହାରୁଛି । ତେବେ ଆଜି ଶେଷରେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଏନ୍ଡିଆରଏଫ୍, ଓଡ୍ରାଫ୍ ଓ ପୁଲିସ ମିଳିତ ଯାଞ୍ଚ କରିଥିଲେ। ଯାଞ୍ଚରେ ଏହା ମୃତଦେହ ଯୋଗୁ ନୁହେଁ ବରଂ ଅଣ୍ଡା ପଚି ଯାଇଥିବାରୁ ଦୁର୍ଗନ୍ଧ ଆସୁଥିବା ଜଣାପଡ଼ିଥିଲା। ବଗି ଖୋଲାଯାଇ ସେଥିରୁ ୩ ଟନ୍ ପଚାସଢା ଅଣ୍ଡା ପେଟି ବାହାର କରାଯାଇଥିଲା । ତେବେ ବର୍ତମାନ ସେଠାରେ କୌଣସିଠାରେ ବି ଆଉ ମୃତଦେହ ନଥିବା ସ୍ପଷ୍ଟ ହୋଇଛି।
ସୂଚନା ମୁତାବକ ଯଶୱନ୍ତପୁର ଏକ୍ସପ୍ରେସ ପାର୍ସଲ ଭ୍ୟାନରେ ପ୍ରାୟ ୩ ଟନ୍ ଆସୁଥିଲା । ସେହି ଅଣ୍ଡା ପଚିଯାଇ ଦୁର୍ଗନ୍ଧ ବାହାରୁଥିଲା । ପାର୍ସଲ ଭ୍ୟାନରେ ଥିବା ୩ ଟ୍ରାକ୍ଟର ପଚା ଅଣ୍ଡାକୁ ବାହାର କରାଯାଇଛି। ଏହା ବାଙ୍ଗାଲୁରୁରୁ ହାୱଡା ଯାଉଥିଲା।