Home >
ନାଗରିକତା ସଂଶୋଧନ ବିଲ ଉପରେ ହେବ “ଦଙ୍ଗଲ”, କାଲି ମିଳିପାରେ କ୍ୟାବିନେଟର ମଞ୍ଜୁରୀ
Khabar Odisha:National-news-Union-Cabinet-Likely-To-Give-Its-Nod-To-Citizen-Amendment-Bill-On-Wed
ନୂଆଦିଲ୍ଲୀ,ଡିସେମ୍ଵର ୦୩ (ଖବର ଓଡିଶା) :

ମୋଦୀ ସରକାର ସାରା ଦେଶରେ ଏନଆରସି ଲାଗୁ କରିବା ଦିଗରେ ଏବେ ନିର୍ଣ୍ଣାୟକ ରୁପରେ ଆଗକୁ ବଢିବ । ବୁଧବାର ଦିନ ନାଗରିକତା ସଂଶୋଧନ ଆଇନକୁ କ୍ୟାବିନେଟର ମଞ୍ଜୁରୀ ମିଳିବା ପରେ ସରକାର ଏହାକୁ ଗୁରୁବାର ଦିନ ଲୋକସଭାରେ ଆଗତ କରିପାରନ୍ତି । ଏହାପରେ ସରକାର ଆସନ୍ତା ସପ୍ତାହରେ ରାଜ୍ୟସଭାରେ ଆଗତ କରିବେ, ଯେଉଁଠାରେ ସରକାରଙ୍କୁ ଚ୍ୟାଲେଞ୍ଜ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ସଂସଦର ବର୍ତ୍ତମାନର ଶୀତଅଧିବେଶନ ଡିସେମ୍ୱର 13 ତାରିଖ ପର୍ଯ୍ୟନ୍ତ ଚାଲିବ । ନାଗରିକତା ଆଇନ ପରେ ସରକାର ଏନଆରସିକୁ ସାରା ଦେଶରେ ଲାଗୁ କରିବା ଉପରେ ନିଷ୍ପତ୍ତି ନେଇ ପାରନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ସରକାରଙ୍କ ଆଗରେ ଅନେକ ପ୍ରତିବନ୍ଧକ ରହିଛି । 

ସୂତ୍ର ଅନୁସାରେ ସରକାର ପୁରୁଣା ନାଗରିକତା ସଂଶୋଧନ ଆଇନରେ ବଡ଼ ପରିବର୍ତ୍ତନ କରିଛନ୍ତି । ଖାସକରି ପୂର୍ବୋତ୍ତର ରାଜ୍ୟକୁ ଏଥିରେ ବଡ ରିହାତି ମିଳିବାର ଆଶା ରହିଛି । ଏଥିରେ ସେହି ଅଞ୍ଚଳ ଗୁଡିକ ପାଇଁ ଖାସ ପ୍ରାବଧାନ କରାଯାଇଛି ଫଳରେ ସେଠାରେ ଚାଲିଥିବା ବିରୋଧ ମଧ୍ୟରେ ସମାଧାନର ବାଟ ବାହାରି ପାରିବ । ଏହା ଅନୁସାରେ ସଂଶୋଧିତ ବିଲରେ ସେମାନଙ୍କୁ ଖାସ ଅଧିକାର ଦିଆଯାଇପାରେ । ଜାଣି ରଖିବା ଦରକାର ଯେ ନଗରିକତା ସଂଶୋଧନ ଆଇନର ପ୍ରାବଧାନ ଅନୁସାରେ ବାଂଲାଦେଶ, ପାକିସ୍ତାନ ଏବଂ ଅଳ୍ପସଂଖ୍ୟକ ନାଗରିକଙ୍କୁ ସହଜରେ ନାଗରିକତା ଦିଆଯିବାର ପ୍ରାବଧାନ ରହିଛି । ଏହାସହ ଏଥିରେ ଅବୈଧ ରୁପେ ପ୍ରବେଶ କରିଥିବା ଲୋକଙ୍କୁ ନାଗରିକତା ଦେବା ଉପରେ ବିଚାର କରିବା ପାଇଁ ମୂଳ ବର୍ଷ 1971ରୁ ବୃଦ୍ଧି କରି 2014 କରିବାର ପ୍ରସ୍ତାବ ରହିଛି । ଏହା ହିଁ ଏହି ବିଲ ବିରୋଧ ପଛର କାରଣ ରହିଛି । ପୂର୍ବୋତ୍ତର ଲୋକମାନେ ଏଥିପାଇଁ ମୂଳ ବର୍ଷ 1971ରୁ ବୃଦ୍ଧି କରିବାକୁ କୌଣସିମତେ ପ୍ରସ୍ତୁତ ନୁହନ୍ତି । ଉଲ୍ଲେଖଯୋଗ୍ୟ ଯେ ନଗାରିକତା ସଂଶୋଧନ ଆଇନ ମୋଦୀ ସରକାରଙ୍କ ମହାତ୍ୱାକାଂକ୍ଷୀ ଯୋଜନା ରହିଛି କିନ୍ତୁ ପୂର୍ବୋତ୍ତର ରାଜ୍ୟରେ ହେଉଥିବା ବିରୋଧ କାରଣରୁ ବର୍ତ୍ତମାନ ସୁଦ୍ଧା ଏହା ସମ୍ପୂର୍ଣ୍ଣ ଭାବେ ଫେରସ୍ତ ହୋଇପାରୁନି କି ଆକ୍ରମକ ଢଙ୍ଗରେ କାର୍ଯ୍ୟକାରୀ ହୋଇପାରୁନି । ଆସାମ, ମେଘାଳୟ ସହିତ ପୂର୍ବୋତ୍ତର ସମସ୍ତ ରାଜ୍ୟ ଏହା ଉପରେ ଅପତ୍ତି ଉଠାଇଛନ୍ତି । 

ଯଦି ବିଜେପି ଉତ୍ତର-ପୂର୍ବ ରାଜ୍ୟର ଅଶଂକା ଗୁଡିକୁ ଦୂର କରିବାରେ ସଫଳ ହୁଏ ତେବେ ଦଳ ପାଇଁ ଏନଆରସି ଉପରେ ଆଗକୁ ବଢିବା ସରଳ ହେବ । ଏବେ ଆସାମରେ ରକ୍ଷଣାତ୍ମକ ମୋଡର ଥିବା ବିଜେପି ଆହୁରୀ ଆକ୍ରାମକ ହୋଇପାରେ ।  ଗୃହମନ୍ତ୍ରୀ ଅମିତ ଶାହା ପୂର୍ବରୁ କହି ସାରିଛନ୍ତି ଯେ ଆସାମରେ ହୋଇଥିବା ଏନଆରସିକୁ ପୁଣି ଥରେ ସାରା ଦେଶରେ ହେବାକୁ ଥିବା ପ୍ରକ୍ରିୟା ସହ ସମୀକ୍ଷା କରାଯିବ । ଆସାମରେ ଏନଆରସିର ଶେଷ ଲିଷ୍ଟ ଆସିବା ପରେ ବଡ ବିବାଦ ହୋଇଛି । ରାଜ୍ୟରେ ଥିବା ବିଜେପି ସରକାର ନିଜେ ଏହାକୁ ଖାରଜ କରୁଛି । 

ସରକାର ଏଦିଗରେ ଜ୍ଞାତ ଅଛନ୍ତି ଯେ ନୂଆ ନାଗରିକତା ଆଇନକୁ ରାଜ୍ୟସଭା ଏବଂ କୋର୍ଟରୁ ଚ୍ୟାଲେଞ୍ଜ ମିଳିପାରେ । ସରକାରୀ ସୂତ୍ର ଅନୁସାରେ ନୂଆ ନାଗରିକତା ଆଇନ ବିରୋଧରେ ଆଇନଗତ ଲଢେଇ ହୋଇପାରେ । ପୂର୍ବରୁ ମଧ୍ୟ ଏହା ବିରୋଧରେ ଯାଚିକା ଦାଖଲ ହୋଇସାରିଛି ଯେ ସମ୍ୱିଧାନରେ ସ୍ପଷ୍ଟ ନିୟମ ରହିଛି ଯେ ସରକାର କୌଣସି ଏପରି ନିଷ୍ପତ୍ତି ନେଇପାରିବେନି ଯେଉଁଥିରେ କୌଣସି ଧର୍ମକୁ ଅଲଗା ରଖାଯିବ । ଏହା ଉପରେ ସରକାରଙ୍କ ତର୍କ ଏହା ଯେ ଏଥିରେ ଧର୍ମର କିଛି ଉଲ୍ଲେଖ ନାହିଁ । ଯେଉଁମାନେ ପାକିସ୍ତାନ, ବାଂଲାଦେଶ ଏବଂ ଅଳ୍ପସଂଖ୍ୟକ ହୋଇଥିବେ, ସେମାନଙ୍କୁ ଏହାର ଲାଭ ମିଳିବ । କିନ୍ତୁ ସରକାରଙ୍କୁ ପ୍ରକୃତ ଚ୍ୟାଲେଞ୍ଜ ରାଜ୍ୟସଭାରେ ମିଳିବ । ଅଧାରୁ ଅଧିକ ରାଜ୍ୟରେ ଏବେ ବିଜେପିର ସରକାର ନାହିଁ । ସେଠାରେ ବିରୋଧୀ ଏହାର ବିରୋଧ କରିବେ । ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସ୍ପଷ୍ଟ କରିସାରିଛନ୍ତି ଯେ ସେ ଏହାକୁ ନିଜ ରାଜ୍ୟରେ ଲାଗୁ ହେବାକୁ ଦେବେନି । ଏହାଛଡା ବିହାର ପରି ସହଯୋଗୀ ଦଳ ସହ ଶାସନ କରୁଥିବା ରାଜ୍ୟ ରହିଛି ଯେଉଁଠାରେ ନୀତୀଶ କୁମାର ଆରମ୍ଭରୁ ଏନଆରସି ଲାଗୁ କରିବାକୁ ବିରୋଧ କରୁଛନ୍ତି । ଏହି ଚିନ୍ତା ମଧ୍ୟରେ ରାଜ୍ୟସଭାରେ ବହୁମତ ହାସଲ କରିବା ସରଳ ହେବନି । 

Subscribe

National International State Sports Entertainment