Home >
ଦେଶ ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, “ନିକଟରେ କରାଯାଇଥିବା ପରିବର୍ତ୍ତନ ପାଇଁ ଜାମ୍ମୁ କାଶ୍ମୀରରେ ହେବ ବିକାଶ”
Khabar Odisha:National-news-Scrapping-Of-Article-370-Is-In-Interest-Of-People-Of-Jammu-And-Kashmir-Says-President-Ramnath-Kovind
ନୂଆଦିଲ୍ଲୀ, ଅଗଷ୍ଟ ୧୪ (ଖବର ଓଡିଶା) :

ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱାଧିନତା ଦିବସର ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ୱୋଧିତ କରିଛନ୍ତି ।  73 ସ୍ୱାଧିନତା ଦିବସ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ସ୍ୱାଧିନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି ଏହା ଆମ ସମସ୍ତଙ୍କ ଦାୟିତ୍ୱ ଯେ ଆମର ଗୌରବଶାଳୀ ଦେଶକୁ ଶୀଖରରେ ପଞ୍ଚାଇବା ପାଇଁ ଉର୍ଜାର ସହ କାନ୍ଧରେ କାନ୍ଧ ମିଶାଇ କାମ କରିବା । 

ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି, ମୋତେ ବିଶ୍ୱାସ ଅଛି ଯେ ଜାମ୍ମୁ-କାଶ୍ମୀର ଏବଂ ଲଦାଖକୁ ନେଇ ନିକଟରେ ନିଆଯାଇଥିବା ନିଷ୍ପତି ପାଇଁ ସେଠାକାର ବାସିନ୍ଧା ଅଧିକ ଲାଭାନ୍ୱିତ ହେବ । 

ରାଷ୍ଟ୍ରପତି କହିଛନ୍ତି-ଗାନ୍ଧୀଜୀଙ୍କ ମାର୍ଗଦର୍ଶନ ଆଜି ବି ସେତିକି ଜୀବନ୍ତ ରହିଛି । ସେ ଆମର ବର୍ତ୍ତମାନ ସମୟରେ ଉପୁଜିଥିବା ଚ୍ୟାଲେଞ୍ଜ ଗୁଡିକର ଅନୁମାନ ପୂର୍ବରୁ କରି ସାରିଥିଲେ । ଗାନ୍ଧୀଜୀ ବିଶ୍ୱାସ କରୁଥିଲେ ଯେ ଆମକୁ ପ୍ରକୃତିର ସମ୍ପଦର ଉପଯୋଗ ବିବେକ ସହ କରିବା ଦରକାର ଫଳରେ ବିକାଶ ଏବଂ ସଂସ୍କୃତି ମଧ୍ୟରେ ସର୍ବଦା ସନ୍ତୁଳନ ରହିପାରିବ ।

ବର୍ତ୍ତମାନ ସମୟରେ ଜାରି ରହିଥିବା ଆମର ଅନେକ ଚେଷ୍ଟା ଗାନ୍ଧୀଜୀଙ୍କ ଆଦର୍ଶକୁ ଯଥାର୍ଥ ରୁପ ଦେଉଛି । ତାଙ୍କର କଲ୍ୟାଣକାରୀ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଅଣାଯାଇ ପାରିବ । ସୌର ଉର୍ଜାର ବ୍ୟବହାରକୁ ବିଶେଷ ଧ୍ୟାନ ଦେବା ମଧ୍ୟ ଗାନ୍ଧୀଜୀଙ୍କ ଚିନ୍ତା ଧାରାର ଅନୁରୁପ ଅଟେ ।  

ଦେଶକୁ ସମ୍ୱୋଧିତ କରି ରାଷ୍ଟ୍ରପତି କହିଛନ୍ତି, ନିକଟରେ ଶେଷ ହୋଇଥିବା ଅଧିବେଶନରେ ଲୋକସଭା ଏବଂ ରାଜ୍ୟସଭା, ଉଭୟ ଗୃହରେ ବୈଠକ ଗୁଡିକ ସଫଳ ହୋଇଥିଲା । ଆଜି ଆମର ଲକ୍ଷ୍ୟ ବିକାଶକୁ ଦ୍ରୁତ ଗତି ଦେବା, ଶାସନ ବ୍ୟବସ୍ଥା କୁଶଳ ଏବଂ ପାରଦର୍ଶୀ କରିବା, ଯାହା ଫଳରେ ଲୋକଙ୍କ ଜୀବନରେ ଉନ୍ନତି ହୋଇ ପାରିବ । 

ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ଯେତେବେଳେ ଆମେ ଆମ ଦେଶର ସଂସ୍କୃତିକୁ ନେଇ ଆଲୋଚନା କରୁଛନ୍ତି ସେହି ସମୟରେ ଆମ ସମସ୍ତଙ୍କୁ ଏହା ମଧ୍ୟ ଦେଖିବା ଦରକାର ଯେ ଆମର ବ୍ୟବହାର କେମିତି ରହିବ । ସମସ୍ତଙ୍କୁ ସେହିପରି ସମ୍ନାନ-ଜନକ ବ୍ୟବହାର କରିବା ଦରକାର ଯାହା ଆମେ ତାଙ୍କଠାରୁ ଆଶା କରୁଛୁ । ଏହାସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁ ନାନକ ଜୀଙ୍କ 550ତମ ଜୟନ୍ତୀ ବର୍ଷ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Subscribe

National International State Sports Entertainment