Home >
କରୋନା କବଳରେ ଭାରତ: ୪୪୨୧ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ୧୧୪ମୃତ
Khabar Odisha:National-Odisha-4421-positve-cases-of-corona-Virus-in-India
ନୂଆଦିଲ୍ଲୀ, ଏପ୍ରିଲ ୦୭ (ଖବର ଓଡ଼ିଶା):

ଭାରତରେ ନିଜ କାୟା ବିସ୍ତାର କରିବାରେ ଲାଗିଛି କରୋନା । ଦେଶରେ ଦିନକୁ ଦିନ ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଅନରୂପ ଭାବେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୪୨୧ ରେ ପହଂଚିଛି । ଏପର୍ଯ୍ୟନ୍ତ ଭାରତରେ ୧୧୪ ଜଣଙ୍କ ମୃତ୍ୟୁ ଘଟିଛି ।
କରୋନା ମହାମାରୀକୁ ନେଇ ସମଗ୍ର ବିଶ୍ୱର ଚିନ୍ତା ବଢ଼ିଯାଇଛି । ବିଶ୍ୱର ପ୍ରାୟ ୨୦୩ରୁ ଅଧିକ ଦେଶକୁ ଏହି ମହାମାରୀ କରୋନା ବ୍ୟାପିଲାଣି । କେନ୍ଦ୍ର ସରକାର କରୋନା ପାଇଁ ଅନେକ ସଚେତନତା ପାଇଁ ନିଆଯାଉଥିବା ପଦକ୍ଷେପ ସତ୍ୱେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି ।  କରୋନା ସଂକ୍ରମଣ ରୋକିବାକୁ ମାର୍ଚ୍ଚ ୨୪ ରୁ ସମ୍ପୂର୍ଣ୍ଣ ଦେଶକୁ ୨୧ ଦିନ ପାଇଁ ଲକ୍ ଡାଉନ କରାଯାଇଛି । ଏହା ସତ୍ୱେ ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୫୪ ଜଣ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୪୪୨୧ରେ ପହଞ୍ଚିଛି। ଅନ୍ୟପକ୍ଷରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୧୪ରେ ପହଞ୍ଚିଛି ଏବଂ ୩୨୫ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଥିବା ଜଣାପଡ଼ିଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୯୮୧ ସକ୍ରିୟ ଅଛନ୍ତି । ୩୨୫  ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜି ରାଜସ୍ଥାନରେ ୨୪ଟି ନୂଆ ମାମଲା ସାମନାକୁ ଆସିଛି ।  ତେବେ ବର୍ତ୍ତମାନ ରାଜସ୍ଥାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩୫ ହୋଇଛି । ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦ ପାଖାପାଖି ହୋଇଛି । ସେହିପରି କେରଳରେ ମଧ୍ୟ ଅଧିକ କରୋନା ଆକ୍ରାନ୍ତ ରହିଥିବା ଜଣାପଡ଼ିଛି । ଏଯାଏଁ ଭାରତରେ କରୋନା ଭାଇରସରେ ଆକ୍ରାନ୍ତ ଥବା ୧୧୪ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।
ଅନ୍ୟପଟେ ଓଡିଶାରେ ବର୍ତ୍ତମାନ ସୁଦ୍ଧା ଯେତିକି ରକ୍ତ ନମୁନା ପରୀକ୍ଷା କରାଯାଇଛି ସେମଧ୍ୟରୁ ୪୦ଟି ପଜିଟିଭ ଥିବା ବେଳେ ବାକି ସବୁ ନମୁନା ନେଗେଟିଭ ଆସିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇଛନ୍ତି ।
ଗତକାଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଥିଲେ ଯେ ଦେଶରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୭୬ ପ୍ରତିଶତ ପୁରୁଷ ଏବଂ ୨୪ ପ୍ରତିଶତ ମହିଳା ଅଛନ୍ତି । କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ୭୩ ପ୍ରତିଶତ ପୁରୁଷ ଥିବା ବେଳେ ୨୭ ପ୍ରତିଶତ ମହିଳା ରହିଛନ୍ତିା ମୃତକଙ୍କ ମଧ୍ୟରେ ୬୩ ପ୍ରତିଶତ ଲୋକଙ୍କ ବୟସ ୬୦ରୁ ଅଧିକ ରହିଛି। ବର୍ତମାନ ସୁଦ୍ଧା ସାରା ବିଶ୍ୱରେ ୧୩ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୭୦ ହଜାର ପ୍ରାଣ ହରାଇଲେଣି ।

  • Tags:

Subscribe

National International State Sports Entertainment