Home >
କାଶୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗଳାରେ ଦେଖାଯିବ ମହିଳା ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ଅଙ୍ଗବସ୍ତ୍ର
Khabar Odisha:Nation-Women-weavers-from-Varanasi-to-gift-pm-Narendra-Modi-a-special-Dupatta

ବାରାଣସୀ, ଫେବୃଆରୀ ୧୫ (ଖବର ଓଡ଼ିଶା): ନିଜର ସଂସଦୀୟ କ୍ଷେତ୍ର ବାରାଣସୀକୁ ରବିବାର ଗସ୍ତ କରୁଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ମହିଳା ବୁଣାକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ସ୍ୱତନ୍ତ୍ର ଅଙ୍ଗବସ୍ତ୍ର ପ୍ରସ୍ତୁତି ଚାଲିଛି । ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଓ ‘ୱାନ ଡିଷ୍ଟ୍ରିକ୍ଟ, ୱାନ ପ୍ରଡକ୍ଟ’ ମୋଦୀଙ୍କୁ ଉପହାର ସ୍ୱରୂପ ଦିଆଯିବ । ଏହି ସ୍ୱତନ୍ତ୍ର ଅଙ୍ଗବସ୍ତ୍ରକୁ ବାରାଣସୀ ଶୈଳୀରେ ପ୍ରସ୍ତୁତ କରାଯାଇଛି । 

ଲୋହତାର ମହିଳାମାନେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପ୍ରମୁଖ ବିଚାର ‘ଏକାତ୍ମ ମାନବବାଦ’କୁ ଅଙ୍ଗବସ୍ତ୍ରରେ ରେଶମ ଧଡ଼ି ଦେଇ ଏହାକୁ ଡିଜାଇନ କରିଛନ୍ତି । ପ୍ରଧାନମନ୍ତ୍ରୀ ଯେତେବେଳେ ଦୀନଦୟାଲଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ, ସେହି ସମୟରେ ଏହି ଅଙ୍ଗବସ୍ତ୍ର ଦେଖାଯିବ । 

ଏହି ଅଙ୍ଗବସ୍ତ୍ରକୁ ବନାରସୀ ବସ୍ତ୍ର କଳାରେ ଡିଜାଇନ କରାଯାଇଛି । ଶୀପ, ମୋତି ଓ ରେଶମ ଧଡ଼ି ଦିଆଯାଇଛି । ହସ୍ତକଳା ସଂକୁଳରେ ହେବାକୁ ଓଡିଓପିର ଆୟୋଜନରେ ପ୍ରଧାନମନ୍ତ୍ରୀ ଚନ୍ଦ୍ରାପୁରର ଅଫସାନା ଓ ରୁଖସାର ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଅଙ୍ଗବସ୍ତ୍ର ଉପହାର ସ୍ୱରୂପ ଦିଆଯିବ । 

 

  • Tags:

Subscribe

National International State Sports Entertainment