Home >
ସୁପ୍ରିମ କୋର୍ଟଙ୍କୁ ପତ୍ର ଲେଖିଲେ ଶାହିନବାଗ ପ୍ରଦର୍ଶନକାରୀ, ନିଷ୍ପକ୍ଷ ଯାଞ୍ଚ ପାଇଁ ଦାବି କଲେ
Khabar Odisha:Nation-Shaheen-Bagh-protestors-sent-letter-to-Supreme-Court-seeking-fair-probe-into-dismantling-the-protest-site

ନୂଆଦିଲ୍ଲୀ, ମାର୍ଚ୍ଚ ୨୬ (ଖବର ଓଡ଼ିଶା): ଶାହିନବାଗର ପ୍ରଦର୍ଶନକାରୀମାନେ ସୁପ୍ରିମ କୋର୍ଟଙ୍କୁ ପତ୍ର ଲେଖି ଶାହିନବାଗରେ ଧାରଣା ଶେଷ କରାଯିବାର ନିଷ୍ପକ୍ଷ ତଦନ୍ତର ଦାବି କରିଛନ୍ତି । ଏହି ପତ୍ରରେ କୁହାଯାଇଛି ଯେ, ଶାହିନବାଗରେ ଧାରଣାସ୍ଥଳରୁ ତାଙ୍କୁ ହଟାଇବାରେ ପୋଲିସ ସହିତ କିଛି ଆହୁରି ଅନ୍ୟ ଲୋକମାନେ ମଧ୍ୟ ସଂପୃକ୍ତ ଅଛନ୍ତି । ଏତଦ ବ୍ୟତୀତ ଚିଠିରେ ଏହା ମଧ୍ୟ କୁହାଯାଇଛି କି ଯେତେଦିନ ଯାଏଁ କୋର୍ଟରେ ମାମଲା ଚାଲିଛି, ସେତେ ଦିନ ପର୍ଯ୍ୟନ୍ତ ସେମାନଙ୍କୁ ସୁରକ୍ଷା ଦିଆଯାଉ ।  

ସୂଚନାଯୋଗ୍ୟ, ଶାହିନବାଗରୁ ଜଣେ ପ୍ରଦର୍ଶନକାରୀଙ୍କୁ କରୋନା ଭାଇରସ ପଜିଟିଭ ମିଳିବା ଖବର ଆସିଥିଲା । ଏହା ପରେ ଦିଲ୍ଲୀ ପୋଲିସ ୧୦୧ ଦିନ ପରେ ଶାହିନବାଗ ଅଞ୍ଚଳ ଖାଲି କରିଥିଲା । ଏଠାରେ ଚାଲିଥିବା ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରଦର୍ଶନ ଶେଷ କରି ଦେଇଥିଲା । ଧାରଣାସ୍ଥଳ ଖାଲି କରିବା ସମୟରେ ପ୍ରଦର୍ଶନକାରୀମାନେ ସେଠାରୁ ବାହାରିବାକୁ ଆଗ୍ରହ ପ୍ରକାଶ କରୁ ନ ଥିଲେ । ଏହା ପରେ ବି ମୋଟ ୯ ଜଣଙ୍କୁ ଅଟକ ରଖାଯାଇଥିଲା । ଏଥିରେ ୬ ଜଣ ମହିଳା ଓ ୩ ଜଣ ପୁରୁଷ ଥିଲେ । 

ସବୁଠାରୁ ବଡ଼ କଥା ହେଲା ଯେ, କରୋନା ଭାଇରସ ଯୋଗୁଁ ଦିଲ୍ଲୀରେ ଅନେକ ଲୋକ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଶାହିନବାଗରେ ପ୍ରଦର୍ଶନକାରୀମାନେ ଏଥି ପ୍ରତି ଭୃକ୍ଷେପ କରୁ ନଥିଲେ । ଧାରଣା ବନ୍ଦ କରିବାକୁ ସୁପ୍ରିମ କୋର୍ଟ ଓ କେନ୍ଦ୍ର ସରକାର ଅନେକ ଉଦ୍ୟମ କରିଥିଲେ । ସେହିପରି ଧାରଣା ବନ୍ଦ କରିବାକୁ ମଧ୍ୟସ୍ଥିର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ସେହିଭଳି ଗୃହ ମନ୍ତ୍ରାଳୟ ତରଫରୁ ମଧ୍ୟ ଆଲୋଚନା ପାଇଁ ଉଦ୍ୟମ କରାଯାଇଥିଲା । 

 

  • Tags:

Subscribe

National International State Sports Entertainment