Home >
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ନେପାଳ ଗସ୍ତ, କ’ଣ ରହିଛି ଉଦ୍ଦେଶ୍ୟ ଜାଣନ୍ତୁ
Khabar Odisha:Nation-PM-Modi-visit-Nepal-today-Lumbini-Buddha-Purnima-relations-two-countries

ନୂଆଦିଲ୍ଲୀ, ମେ ୧୬ (ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବୁଦ୍ଧ ପୂର୍ଣ୍ଣିମା ଅବସରରେ ନେପାଳ ଗସ୍ତରେ ଯାଉଛନ୍ତି । ତାଙ୍କର ନେପାଳ ସମକକ୍ଷ ଶେର ବାହାଦୂର ଦେଓବାଙ୍କ ନିମନ୍ତ୍ରଣରେ ସେ ଲୁମ୍ବିନୀ ଯାତ୍ରା କରିବେ । ଏହି ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଯାତ୍ରାର ଉଦ୍ଦେଶ୍ୟ ଭାରତ ଓ ନେପାଳ ମଧ୍ୟରେ ସଂପର୍କକୁ ଆହୁରି ମଜବୁତ କରିବା ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ନେପାଳ ସହିତ ଭାରତ ସଂପର୍କ ବହୁ ପୁରୁଣା । ଉଭୟ ଦେଶ ମଧ୍ୟରେ ସଭ୍ୟତାଗତ ସଂପର୍କ ରହିଛି । ଦୁଇ ଦେଶର ଲୋକଙ୍କ ମଧ୍ୟରେ ସଂପର୍କ ବହୁତ ମଜବୁତ । ମୋର ଏହି ଯାତ୍ରାର ଉଦ୍ଦେଶ୍ୟ ଏହି ସଂପର୍କକୁ ଉତ୍ସବ ଭାବେ ପାଳନ କରିବା ଓ ଏହାକୁ ଅଧିକ ମଜବୁତ କରିବ । ଏହି ସଂପର୍କ ଅନେକ ଦଶକ-ଅନେକ ଶତାଦ୍ଦୀ ପୂର୍ବରୁ ସ୍ଥାପିତ ହୋଇସାରିଛି । 

ନେପାଳ ଗସ୍ତରେ ମୋଦୀ ବୁଦ୍ଧ ଜୟନ୍ତୀ ଅବସରରେ ମାୟା ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ । ଏଥି ସହିତ ନେପାଳ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହିବେ । ସୂଚନାଯୋଗ୍ୟ, ଲୁମ୍ବିନୀସ୍ଥିତ ମାୟା ଦେବୀ ମନ୍ଦିର ଏକ ଆଧ୍ୟାତ୍ମିକ କ୍ଷେତ୍ର । ଏଠାରେ ଗୌତମ ବୁଦ୍ଧଙ୍କ ଜନ୍ମ ହୋଇଥିଲା । ପ୍ରଧାନମନ୍ତ୍ରୀ ଅଶୋକ ସ୍ତମ୍ଭ ସାମ୍ନାରେ ଦୀପ ଜାଳିବେ । ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦୀ ନିଜ ନେପାଳ ସମକକ୍ଷଙ୍କ ସହିତ ବିଭିନ୍ନ ବିକାଶ ପ୍ରସଙ୍ଗରେ ଚର୍ଚ୍ଚା କରିବେ । 

 

  • Tags:

Subscribe

National International State Sports Entertainment