Home >
ବିକାଶ ପାଇଁ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ଜରୁରୀ ଥିଲା: ଉଇରୋପୀୟ ଟିମ
Khabar Odisha:Nation-Normalcy-is-almost-back-say-envoys-after-Jammu-and-Kashmir-trip

ନୂଆଦିଲ୍ଲୀ, ଫେବୃଆରୀ ୧୪ (ଖବର ଓଡ଼ିଶା): ଜମ୍ମୁ କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ କରିବାର ୬ ମାସ ପରେ କେନ୍ଦ୍ର ଶାସିତ ଅଞ୍ଚଳର ସ୍ଥିତି ପରଖିବା ପାଇଁ ରାଜ୍ୟକୁ ପହଞ୍ଚିଥିବା ୧୫ ଜଣିଆ ବିଦେଶୀ ରାଜନ୍ୟାୟିକ ଟିମ ଗୁରୁବାର ଦିଲ୍ଲୀ ଫେରି ଆସିଛନ୍ତି । ରାଜ୍ୟର ସ୍ଥିତିକୁ ନେଇ ରାଜନ୍ୟାୟିକଙ୍କ ଟିମର ମିଶ୍ରିତ ପ୍ରତିକ୍ରିୟା ମିଳିଛି । ୟୁରୋପୀୟ ଦଳର କିଛି ଲୋକ ଜମ୍ମୁ କଶ୍ମୀରର ସ୍ଥିତିକୁ ନେଇ ବହୁତ ଅଧିକ ସନ୍ତୁଷ୍ଟ ଦେଖାଯାଇ ନାହାନ୍ତି । ମାତ୍ର ଦଳର ଅଧିକାଂଶ ସଭ୍ୟ ରାଜ୍ୟରେ ବ୍ୟବସ୍ଥାକୁ ସୂଚାରୁ ରୂପେ ପରିଚାଳିତ ପ୍ରୟାସକୁ ପ୍ରଶଂସା କରିଛନ୍ତି । ଟିମ ଅନୁଭବ କରିଛି ଯେ, ରାଜ୍ୟରେ ବିକାଶ ପାଇଁ ଧାରା ୩୭୦ ବ୍ୟବସ୍ଥାକୁ ହଟାଇବା ଜରୁରୀ ଥିଲା । 

ଗୁରୁବାର ସକାଳୁ ପ୍ରତିନିଧିମଣ୍ଡଳକୁ ଏକ୍ସୱାଇ କୋର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ କେ.ଜେ.ଏସ ଢିଲ୍ଲନ ସୁରକ୍ଷାର ସ୍ଥିତିକୁ ନେଇ ସୂଚନା ଦେଇଛନ୍ତି । ଏହା ପରେ ଉଇରୋପୀୟ ଦଳ ଜମ୍ମୁ ଯାଇଥିଲେ । ସେଠାରେ ସେମାନେ ଉପରାଜ୍ୟପାଳ ଜିଏସ ମୁର୍ମୁ, ମୁଖ୍ୟ ସଚିବ ବିଭି ଆର ସୁବୁ ଓ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ଭେଟିଛନ୍ତି । ଏହା ବ୍ୟତୀତ ଟିମର ସଦସ୍ୟମାନେ ମାମଲାର ଶୁଣାଣୀ କରୁଥିବା ଜମ୍ମୁ କଶ୍ମୀର ହାଇକୋର୍ଟର ମୁଖ୍ୟ ନ୍ୟାୟାଧୀଶ ଗୀତା ମିତ୍ତଲଙ୍କୁ ମଧ୍ୟ ଭେଟିଛନ୍ତି । 

 

  • Tags:

Subscribe

National International State Sports Entertainment