Home >
ମଧ୍ୟପ୍ରଦେଶ: ଏକ ଦିନର ଶିଶୁକୁ ହତ୍ୟା
Khabar Odisha:Nation-Newborn-baby-girl-stabbed-in-Shajapur-hospital-dies-in-Indore-in-Madhya-Pradesh

ଇନ୍ଦୋର, ଫେବୃଆରୀ ୧୫ (ଖବର ଓଡ଼ିଶା): ମଧ୍ୟପ୍ରଦେଶର ଇନ୍ଦୋରରେ ହୃଦୟ ବିଦାରକ ଘଟଣା ଘଟିଛି । କେହି ଜଣେ ଦୁର୍ବୃତ୍ତ ଏକ ଦିନର ନବଜାତ ଶିଶୁକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛି । ଦୁର୍ବୃତ୍ତଙ୍କ ଦ୍ୱାରା ଆକ୍ରମଣର ଶିକାର ହେବା ପରେ ଶିଶୁକୁ ଇନ୍ଦୋରସ୍ଥିତ ସରକାରୀ ମହାରାଜ ଯଶବନ୍ତରାଓ ଡାକ୍ତରଖାନାର ଶିଶୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ଶିଶୁ ଶଲ୍ୟ ବିଭାଗର ମୁଖ୍ୟ ଡାକ୍ତର ବ୍ରଜେଶ ଲାହୋଟୀ ଶୁକ୍ରବାର କହିଛନ୍ତି, ନବଜାତର ଗଳା, ଛାତି ଓ ପେଟରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା । ଡାକ୍ତରଖାନାରେ ସର୍ଜରୀ କରାଯାଇଥିଲା । କିନ୍ତୁ ବହୁ ଉଦ୍ୟମ ପରେ ମଧ୍ୟ ନବଜାତ ଶିଶୁକୁ ବଞ୍ଚାଯାଇ ପାରି ନାହିଁ । 

ଲାହୋଟୀ କହିଛନ୍ତି, ଗୁରୁତର ଆହତ ଶିଶୁ ଏମୱାଇଏଚର ଆଇସିୟୁରେ ଚିକିତ୍ସା ପରେ ଗୁରୁବାର ରାତି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲା । ଶାଜାପୁର ଜିଲ୍ଲାର ମୋହନ ବଡୋଦିଆ ଥାନା ପ୍ରମୁଖ ଉଦୟ ସିଂହ ଅଲାଭା କହିଛନ୍ତି,  ଶିଶୁକୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିଲା । ସେ ଦିନକର ଶିଶୁ ଥିଲା ଏବଂ ହସ୍ପିଟାଲରେ ମା’ ସହିତ ଥିଲା । 

 

  • Tags:

Subscribe

National International State Sports Entertainment