Home >
ଘୃଣ୍ୟ ବ୍ୟବହାର: ଯୁବତୀଙ୍କ ସମ୍ମୁଖରେ ପ୍ୟାଣ୍ଟର ଜିପ ଖୋଲିଲା ଯୁବକ, ମାମଲା ରୁଜୁ
Khabar Odisha:Nation-Man-flashed-his-penis-in-front-of-a-girl-inside-Delhi-metro-DMRC-takes-cognizance

ନୂଆଦିଲ୍ଲୀ, ଫେବୃଆରୀ ୧୪ (ଖବର ଓଡ଼ିଶା): ଦିଲ୍ଲୀ ମେଟ୍ରୋରେ ଜଣେ ଯୁବତୀଙ୍କ ସମ୍ମୁଖରେ ଜଣେ ଯୁବକ ଘୃଣ୍ୟ ବ୍ୟବହାର ପ୍ରଦର୍ଶନ କରିଛି । ଜଣେ ଯୁବତୀ ଗୁରୁଗ୍ରାମ ଠାରୁ ଦିଲ୍ଲୀ ଯାଉଥିବା ବେଳେ ବୁଧବାର ସନ୍ଧ୍ୟା ୬ଟାରେ ଏଭଳି ଘଟଣାର ସମ୍ମୁଖୀନ ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଯୁବତୀଙ୍କ ସମ୍ମୁଖରେ ଯୁବକ ପ୍ୟାଣ୍ଟର ଜିପ ଖୋଲିଛି । ଯୁବତୀ ଜଣକ ଏହି ଘଟଣାର ସମ୍ମୁଖୀନ ହୋଇ ପ୍ରଥମେ କ’ଣ କରିବେ ଚିନ୍ତା କରିପାରି ନଥିଲେ କିନ୍ତୁ ପରେ ସେ ନିଜ ମୋବାଇଲ ମାଧ୍ୟମରେ ଏକ ଫଟୋ ଉଠାଇଥିଲେ । ସେ ଫଟୋକୁ ଟୁଇଟରରେ ସେୟାର କରିବା ସହ ପୋଲିସ ଥାନାରେ ଏତଲା ଦେଇଥିଲେ । 

ଯୁବତୀଙ୍କ କହିବା ଅନୁସାରେ ପୋଲିସ ପ୍ରଥମେ ମାମଲା ରୁଜୁ କରିବାକୁ ପ୍ରସ୍ତୁତ ନ ଥିଲା । କିନ୍ତୁ ମହିଳା ହେଲ୍ପଲାଇନରେ ଫୋନ କରିବା ପରେ ପୋଲିସର ତତ୍ପରତା ଦେଖାଯାଇଥିଲା । ଏହି ଘଟଣାକୁ ନେଇ ଯୌନ ଉତ୍ପୀଡ଼ନ ମାମଲା ରୁଜୁ ହୋଇଛି । ଫଟୋକୁ ଆଧାରକରି ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପାଇଁ ତଦନ୍ତ ଚଳାଇଛି । 

ଯୁବତୀଙ୍କ ଅଭିଯୋଗ ଅନୁସାରେ ସନ୍ଧ୍ୟାରେ ସେ ଯେତେବେଳେ ଘରୁ ଫେରୁଥିଲେ ଏବଂ ମେଟ୍ରୋର ୭ମ କୋଚର ଶେଷରେ ଥିବା ୨ ସିଟଯୁକ୍ତ ସିଟରେ ବସିଥିଲେ । ସମ୍ମୁଖରେ ଜଣେ ଯୁବକ ଛିଡ଼ା ହୋଇଥିଲା । ସେ ଚୁପଚାପ ତାଙ୍କ ଆଡ଼କୁ ଚାହୁଁଥିଲା । କିଛି ସମୟ ପାଇଁ ମୁହଁ ମୋଡ଼ିଥିଲା ଏବଂ ପରେ ସାମ୍ନାରେ ନିଜ ବ୍ୟାଗକୁ ରଖିଥିଲା । ଯୁବକ ପାଖାପାଖି ୧ ମିନିଟ ଯାଏଁ ଏଭଳି ଅଶ୍ଲୀଳ ବ୍ୟବହାର ପ୍ରଦର୍ଶନ କରିଥିଲା । ଯୁବତୀ ଜଣକ ମେଟ୍ରୋ ଫ୍ଲୋର ଆଡ଼କୁ ଦେଖିବା ପରେ ଯୁବକ ଜଣକ ଅନ୍ୟ କୋଚକୁ ଚାଲି ଯାଇଥିଲା । 

 

  • Tags:

Subscribe

National International State Sports Entertainment