Home >
ପାକିସ୍ତାନ ଓ ଚୀନର ଅସ୍ତ୍ରବିରତି ଉଲ୍ଲଂଘନ: ୬ ବର୍ଷରେ ସୀମାରେ ୯୫ ଜଣ ଯବାନ ସହିଦ
Khabar Odisha:Nation-India-lost-95-soldiers-during-Pakistan-ceasefire-violations-and-border-skirmishes-with-China

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୭ (ଖବର ଓଡ଼ିଶା): ନିୟନ୍ତ୍ରଣ ରେଖା, ଅନ୍ତର୍ଜାତୀୟ ରେଖା ଓ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଭାରତ ୨୦୧୪ ପରଠାରୁ ୯୫ ଜଣ ଯବାନଙ୍କୁ ହରାଇଛି । ପାକିସ୍ତାନ ଓ ଚୀନ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ସୀମାରେ ଭାରତୀୟ ସେନାର ୯୫ ଜଣ ଯବାନ ସହିଦ ହୋଇଛନ୍ତି । ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନରେ ୭୫ ଜଣ ଓ ଚୀନ ଦ୍ୱାରା ୨୦ ଜଣ ଯବାନ ସହିଦ ହୋଇଛନ୍ତି । 

ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି । ସେ କହିଛନ୍ତି, ପାକିସ୍ତାନ ଦ୍ୱାରା ନିୟନ୍ତ୍ରଣ ରେଖାରେ ହୋଇଥିବା ଅସ୍ତ୍ରବିରତି ଉଲ୍ଳଂଘନ ଯୋଗୁଁ ୨୦୧୬ରେ ୪ ଜଣ, ୨୦୧୭ରେ ୭ ଜଣ, ୨୦୧୮ରେ ୨୩ ଜଣ ଓ ୨୦୨୦ ସେପ୍ଟେମ୍ବର ୧୪ ସୁଦ୍ଧା ୧୯ ଜଣ ଯବାନ ସହିଦ ହୋଇଛନ୍ତି । 

 

  • Tags:

Subscribe

National International State Sports Entertainment