Home >
ପରିସ୍ଥିତି ବିଗିଡ଼ିଲେ ଆମ୍ବେଦକର ଷ୍ଟାଡିୟମ ଓ ଅରୁଣ ଜେଟଲୀ ଷ୍ଟାଡିୟମରେ ରହିବେ କରୋନା ସନ୍ଦିଗ୍ଧ
Khabar Odisha:Nation-Coronavirus-if-situation-worsens-suspects-will-be-kept-in-Ambedkar-stadium-and-Arun-Jaitley-stadium

ନୂଆଦିଲ୍ଲୀ, ମାର୍ଚ୍ଚ ୨୬ (ଖବର ଓଡ଼ିଶା): ଜାତୀୟ ରାଜଧାନୀ ଦିଲ୍ଲୀର ସ୍ଥିତି ଏବେ ନିୟନ୍ତ୍ରିତ । କିନ୍ତୁ ବିଶ୍ୱର ବଡ଼ ବଡ଼ ସହରରେ ଯେଭଳି ସ୍ଥିତି ଦେଖାଯାଇଛି, ସେହିଭଳି ପରିସ୍ଥିତି ଉପୁଜିଲେ କରୋନା ସନ୍ଦିଗ୍ଧଙ୍କୁ ଅରୁଣ ଜେଟଲୀ ଷ୍ଟାଡିୟମ ଓ ଆମ୍ବେଦକର ଷ୍ଟାଡିୟମରେ ରଖାଯିବ । ସେହିଭଳି ହୋଟେଲ ଲଳିତକୁ ମଧ୍ୟ ଭଡ଼ାରେ ନେଇ ଏଠାରେ ଡାକ୍ତରଙ୍କ ପାଇଁ କ୍ୱାରେଣ୍ଟାଇନ ବ୍ୟବସ୍ଥା କରାଯାଇପାରେ ।    

ଏଲଏନଜେପିରେ ନିର୍ମିତ ୭ ମହଲା ଅର୍ଥୋପେଡିକ କୋଠାକୁ ସଂପୂର୍ଣ୍ଣ ଭାବେ କରୋନା କ୍ୱାରେଣ୍ଟାଇନ ସୁବିଧା ପାଇଁ ଉପଲବ୍ଧ କରାଯାଇପାରିବ । କରୋନା ମ୍ୟାନେଜମେଣ୍ଟ ପାଇଁ ଦିଲ୍ଲୀ ସରକାରଙ୍କ ଏଲଏନଜେପି ହସ୍ପିଟାଲରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କରୋନା ଯୋଗୁଁ ପରିସ୍ଥିତି ଖରାପ ହେଲେ ଦିଲ୍ଲୀ ଗେଟରେ ନିର୍ମିତ ଅରୁଣ ଜେଟଲୀ ଷ୍ଟାଡିୟମ ଏବଂ ଆମ୍ବେଦକର ଷ୍ଟାଡିୟମକୁ କ୍ୱାରେଣ୍ଟାଇନ ସୁବିଧା ପାଇଁ ବ୍ୟବହାର କରାଯାଇପାରିବ । 

ଏଲଏନଜେପି ହସ୍ପିଟାଲରେ କରୋନାର ପରିଚାଳନା ପାଇଁ ଟାସ୍କ ଫୋର୍ସ ଗଠନ ପାଇଁ ସହମତି ହୋଇଛି । ଟାସ୍କ ଫୋର୍ସର ନେତୃତ୍ୱ ମେଡିସିନ ବିଭାଗର ଏଚଓଡି କରିବେ । ଏଥିରେ କମ୍ୟୁନିଟି ମେଡିସିନ, ଏନେସ୍ଥିସିଆ, ସର୍ଜରୀ, ମାଇକ୍ରୋବାଇଲୋଜୀ, ପିଡିଏଟ୍ରିକ୍ସ, ଇଏନଟି ଓ ଗାଏନିକ ବିଭାଗକୁ ଯୋଡ଼ାଯାଇଛି । ଟାସ୍କ ଫୋର୍ସର କାମ ଏହି ସୁବିଧାରେ ଲାଗିଥିବା କର୍ମଚାରୀଙ୍କ ପରିଚାଳନା କରିବା । 

 

  • Tags:

Subscribe

National International State Sports Entertainment