Home >
ମଦକୁ କହିଲେ- ସଂଜୀବନୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ମାଂଝୀଙ୍କ ବୟାନରେ ବିହାର ସରକାର ରଖିଲେ ପ୍ରତିକ୍ରିୟା
Khabar Odisha:Nation-Former-CM-Jeetanram-Manjhi-disapproves-of-prohibition-in-bihar-nitish-government-fumes

ପାଟଣା, ଫେବୃଆରୀ ୧୫ (ଖବର ଓଡ଼ିଶା): ହିନ୍ଦୁସ୍ତାନୀ ଆଭାମା ମୋର୍ଚ୍ଚାର ସଭାପତି ଜୀତନ ରାମ ମାଂଝୀ ଦ୍ୱାରା ଗୁରୁବାର ଗରୀବଙ୍କ ପାଇଁ କମ ପରିମାଣରେ ମଦ ପିଇବାକୁ ସଂଜୀବନୀ କହିବା ସଂପର୍କିତ ବୟାନ ଉପରେ ରାଜ୍ୟର ନୀତିଶ କୁମାର ସରକାରଙ୍କ ତରଫରୁ କଡ଼ା ପ୍ରତିକ୍ରିୟା ଦିଆଯାଇଛି । ବିହାରରେ ୨୦୧୬ରେ ମଦ ନିଷିଦ୍ଧ କରାଯାଇଥିଲା । କଂଗ୍ରେସ ମଧ୍ୟ ମାଂଝୀଙ୍କ ବୟାନକୁ ସମର୍ଥନ ଜଣାଇଛି । ରାଜ୍ୟରେ ମଦ ନିଷିଦ୍ଧ କରାଯିବା ଆଇନ ଯେତେବେଳେ ଆସିଥିଲା ସେହି ସମୟରେ ନୀତିଶ ସରକାରରେ କଂଗ୍ରେସ ସାମିଲ ଥିଲା । 

ମାଂଝୀ ଗୁରୁବାର ପୂର୍ଣ୍ଣିଆରେ ଏହି ବୟାନ ଦେଇଥିଲେ । ତାଙ୍କୁ ଏକ ଫଟୋ ଦେଖାଇ ପ୍ରଶ୍ନ କରାଯାଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏକ ରାଲି ସମୟରେ ଜଣେ ଅସୁସ୍ଥ ବ୍ୟକ୍ତିର ଫଟୋକୁ ପ୍ରଦର୍ଶନ କରାଯାଇଥିଲା । ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ କହିଥିଲେ, ମୋତେ ଜଣାନାହିଁ ଯେ, ସଂପୃକ୍ତ ବ୍ୟକ୍ତି ମଦ ନିଶାରେ ଅଛି ନା ନାହିଁ । ମଦ ବେଳେ ବେଳେ ଔଷଧ ଭାବେ ନିଆଯାଇଥାଏ । ମୋର ଏହି ଅଭିଜ୍ଞତା ଅଛି । ବହୁ ପୂର୍ବରୁ ମୁଁ ମହାମାରୀରେ ପିଡ଼ିତ ଥିଲି, ତେବେ ସେହି ସମୟରେ ଏକ ଠିପି ମଦ ଜୀବନ ଦେଇଥିଲା । ଅଳ୍ପ ପରିମାଣରେ ମଦ ପିଇଲେ ଶ୍ରମିକଙ୍କ ଶରୀରରେ ଏହା ସଂଜୀବନୀ ଭଳି କାମ କରିଥାଏ । 

 

  • Tags:

Subscribe

National International State Sports Entertainment