Home >
ଜମ୍ମୁ କଶ୍ମୀର: ଶ୍ରୀନଗରରେ ସୁରକ୍ଷା ବାହିନୀର ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ
Khabar Odisha:Nation-Encounter-has-started-at-Batamaloo-area-of-Srinagar-in-Jammu-and-Kashmir

ଶ୍ରୀନଗର, ସେପ୍ଟେମ୍ବର ୧୭ (ଖବର ଓଡ଼ିଶା): ଜମ୍ମୁ କଶ୍ମୀରର ଶ୍ରୀନଗରରେ ଥିବା ବାଟାମାଲୁ ଅଂଚଳରେ ଆଜି ଭୋର ସକାଳୁ ସୁରକ୍ଷାବାହିନୀର ଯବାନମାନେ ଏନକାଉଣ୍ଟର କରିଛନ୍ତି । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ସିଆରପିଏଫର ଯବାନ ଓ ଜମ୍ମୁ କଶ୍ମୀରର ପୋଲିସ ମିଳିତ ଭାବେ ବାଟାମାଲୁ ଅଂଚଳରେ ଲୁଚିରହିଥିବା ଆତଙ୍କବାଦୀଙ୍କ ଉପରକୁ ଟାର୍ଗେଟ କରାଯାଇଛି । ତେବେ ରିପୋର୍ଟ ଲେଖାଯିବା ବେଳକୁ ଉଭୟ ସୁରକ୍ଷାବାହିନୀର ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛି । ତାର ପରିଚୟ ମିଳିନାହିଁ ।   

ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରର ପୁଲୱାମାରେ ଗତ ୧୫ ତାରିଖ ଭୋରରୁ ଏନକାଉଣ୍ଟର  ହୋଇଥିଲା । ସୁରକ୍ଷାବାହିନୀର ଯବାନମାନେ କାକାପୋରା ଅଂଚଳର ମାରୱଲ ଗାଁରେ ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇଁ ସଂପୃକ୍ତ ସ୍ଥାନକୁ ଘେରା ବନ୍ଦୀ କରିଥିଲେ । ସୁରକ୍ଷା ବାହିନୀର ଯବାନମାନଙ୍କୁ ଦେଖି ଆତଙ୍କବାଦୀମାନେ ଗୁଳି କରିଥିବା ବେଳ ଏହାର ଜବାବ ମଧ୍ୟ ପାଇଥିଲେ । ଏହି ଏନକାଉଣ୍ଟରରେ ଜମ୍ମୁ କଶ୍ମୀର ପୋଲିସ, ସେନାର ୫୦ ରାଷ୍ଟ୍ରୀୟ ରାଇଫଲ ଏବଂ ସିଆରପିଏଫ ସଂପୃକ୍ତ ଥିଲେ ।  

 

  • Tags:

Subscribe

National International State Sports Entertainment