Home >
ଚତୁର ଚୀନ: ସୀମାରେ ଭାରତୀୟ ସେନା ଲାଗି ଲାଉଡସ୍ପିକର ଲଗାଇ ବଜାଉଛି ପଂଜାବୀ ଗୀତ!
Khabar Odisha:Nation-China-puts-up-loudspeakers-finger-4-play-Punjabi-songs-Indian-army-Ladakh-India

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୭ (ଖବର ଓଡ଼ିଶା): ବାସ୍ତବିକ ନିୟନ୍ତ୍ରଣ ରେଖାରେ ଭାରତ ଓ ଚୀନ ମଧ୍ୟରେ ବିଗତ କିଛି ମାସ ହେବ ଉତ୍ତେଜନା ଲାଗି ରହିଛି । ଏହାରି ମଧ୍ୟରେ ଚୀନ ଏଲଏସିରେ ଫିଙ୍ଗର-୪ ଅଂଚଳରେ ଲାଉଡସ୍ପିକଣ ଲଗାଇ ପଂଜାବୀ ଗୀତ ବଜାଉଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । କୁହାଯାଉଛି ଯେ, ଚୀନର ଏହା ଏକ ଭିନ୍ନ ଚକ୍ରାନ୍ତ । ଲାଉଡସ୍ପିପକ ମାଧ୍ୟମରେ ଗୀତ ବଜାରଇ ଭାରତୀୟ ସୈନିକଙ୍କ ମତି ଭ୍ରମ କରିବାକୁ ଚାହୁଁଛି । 

ଜାତୀୟ ଗଣମାଧ୍ୟମ ସଂସ୍ଥାର ଏକ ରିପୋର୍ଟ ଅନୁସାରେ ଫିଙ୍ଗର-୪ ଅଂଚଳରେ ଚୀର ସେନା ଲାଉଡସ୍ପିକର ଲଗାଇଛି । ସୂତ୍ର ଅନୁସାରେ ଚୀନ ସେନା ଲାଉଡସ୍ପିକର ଲଗାଇ ଥଟ୍ଟାମଜା କରିବା ପଛରେ କିଛି ଉଦ୍ଦେଶ୍ୟ ରହିଛି । ଏହି ଅଂଚଳରେ ଭାରତୀୟ ସେନା ଲଗାତାର ନଜର ରଖିଛି । କାରଣ ଭାରତୀୟ ସେନା ଉପରେ ଚାପ ପ୍ରୟୋଗ କରିବାକୁ ଚୀନ ସବୁବେଳେ ଉଦ୍ୟମ କରୁଛି । 

ସୂଚନାଯୋଗ୍ୟ, ଫିଙ୍ଗର-୪ ଅଂଚଳରେ ଭାରତ ଓ ଚୀନ ସେନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । କିଛି ଦିନ ପୂର୍ବରୁ ସେପ୍ଟେମ୍ବର ୮ତାରିଖରେ ଉଭୟ ଦେଶର ସେନା ମଧ୍ୟରେ ଏଠାରେ ଗୁଳିବିନିମୟ ହୋଇଥିଲା । ଉଭୟ ପକ୍ଷରୁ ପ୍ରାୟ ୧୦୦ରୁ ଅଧିକ ଥର ବନ୍ଧୁକରୁ ଗୁଳି ବାହାରିଥିଲା । ବିଗତ ୨୦ ଦିନ ମଧ୍ୟରେ ଅତିକମରେ ୨୦ ଥର ଗୁଳିକାଣ୍ଡ ଘଟଣା ହୋଇଥିବା ଜଣାଯାଇଛି । 

 

  • Tags:

Subscribe

National International State Sports Entertainment