କପାଳମୋଚନ ମନ୍ଦିରରୁ ନୃସିଂହ ମୂର୍ତ୍ତି ଚୋରି । ଦିନକୁ ଦିନ ବଢି ଚାଲିଛି ଲୁଟପାଟ । ଏପରିକି ଠାକୁରଙ୍କୁ ବି ଛାଡୁ ନାହାନ୍ତି ଲୁଟେରା । ପୁରୀ ପଶ୍ଚିମଦ୍ୱାର ଗାଣ୍ଡୁଆଚଉରା ଛକରେ ଅବସ୍ଥିତ ବାବା କପାଳମୋଚନ ମହାଦେବଙ୍କ ମନ୍ଦିରରୁ ଚୋରି ହୋଇଛି । ଲୁଟପାଟର ସୀମା ଏତେ ବଢ଼ିଗଲାଣି ଯେ ନାଁ ଭଗବାନଙ୍କ ପ୍ରତି ଭକ୍ତି ଅଛି ନା ପାପ କରୁଥିବାର ଭୟ । କେବେଳ ତାଙ୍କ ଲୋଭରେ ମାତିଛତି ଲୁଟେରା । ତାଙ୍କ ପାଇଁ ଭଗବାଙ୍କ ମୂର୍ତ୍ତିକୁ ଛାଡିଲେ ନାହିଁ ।
ସୂଚନା ଅନୁଯାୟୀ,ଗୁରୁବାର ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଆସି ବାବା କପାଳମୋଚନଙ୍କ ମନ୍ଦିରରେ ଥିବା ପଥରରେ ନିର୍ମିତ ବହୁ ପୁରାତନ ନୃସିଂହ ମୂର୍ତ୍ତି ଚୋରି କରିନେଇଛି । ଆଜି ସକାଳେ ଯେତେବେଳେ ପୂଜକ ପୂଜା କରିବା ପାଇଁ ମନ୍ଦିର ଖୋଲିବାକୁ ଆସିଲେ ସେତେବେଳେ ଦେଖିଲେ ଯେ ମନ୍ଦିରରେ ନୃସିଂହ ମୂର୍ତ୍ତି ଚୋରି ହୋଇଛି । ଏହାପରେ ପୂଜକ ଜଣକ ସ୍ଥାନୀୟ ଲୋକଙ୍କୁ ଜଣାଇବା ସହ ଥାନାରେ ଅଭିଯୋଗ କରିଥିଲେ। ଏହା ପୂର୍ବରୁ ମଧ୍ୟ ଏକ ହନୁମାନ ମନ୍ଦିରରୁ ଚୋରି ହୋଇଥିଲା ।
ଅଧିକ ପଢନ୍ତୁ :ଆକ୍ରମଣ କରି ଲୁଟିନେଲେ ଟଙ୍କା ଓ ସୁନାଚେନ୍