Home >
ସାମୁଦ୍ରିକ ବାତ୍ୟା ନିର୍ସଗକୁ ଦୃଷ୍ଟିରେ ରଖି ମୁମ୍ୱାଇରେ 144 ଧାରା ଜାରି କଲା ମୁମ୍ୱାଇ ପୋଲିସ
Khabar Odisha:Mumbai-police-issue-Section-144-in-view-of-sea-storm-Nisarga
ମୁମ୍ୱାଇ, ଜୁନ ୦୩ (ଖବର ଓଡ଼ିଶା):

ସାମୁଦ୍ରିକ ବାତ୍ୟା ନିର୍ସଗ ମହାରାଷ୍ଟ୍ର ଆଡକୁ ଦ୍ରୁତ ଗତିରେ ମାଡି ଆସୁଛି | ଏହି କାରଣରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ଉତ୍ତର କୋଙ୍କଣ (ମୁମ୍ବାଇ, ପାଲଘର, ଥାନେ, ରାୟଗଡ ଜିଲ୍ଲା) ଏବଂ ଉତ୍ତର କେନ୍ଦ୍ରୀୟ ମହାରାଷ୍ଟ୍ର ଉପରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଘୂର୍ଣ୍ଣିବଳୟ ପ୍ରଭାବକୁ ଦୃଷ୍ଟିରେ ରଖି ମୁମ୍ବାଇରେ CRPC ର ଧାରା 144 ଲାଗୁ କରାଯାଇଛି । ପ୍ରତିବନ୍ଧକମୂଳକ ନିର୍ଦ୍ଦେଶ ଜାରି କରାଯାଇଛି, ଯାହାଦ୍ୱାରା ଲୋକଙ୍କ ଜୀବନ, ​​ସ୍ୱାସ୍ଥ୍ୟ କିମ୍ବା ନିରାପତ୍ତା ପ୍ରତି କୌଣସି ବିପଦ ଆସିବ ନାହିଁ। ମୁମ୍ବାଇ ପୋଲିସ କମିଶନରଙ୍କ କାର୍ଯ୍ୟାଳୟପକ୍ଷରୁ ଏ ସମ୍ପର୍କରେ ସୂଚନା ଜାରି କରାଯାଇଛି

ପ୍ରବଳ ବର୍ଷା ସମୟରେ ଘର ଭିତରେ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛି ବ୍ରିହନମୁମ୍ୱାଇ ମ୍ୟୁନିସିପାଲିଟି (ବିଏମସି), ଏହା ସହ ଲୋକମାନଙ୍କୁ ସୁରକ୍ଷିତ ରଖିବା ନେଇ ମଧ୍ୟ ଅନେକ ପ୍ରକାରର ଗାଇଡ ଲାଇନ ଜାରି କରିଛି ବିଏମସି । ଅସୁରକ୍ଷିତ ଘର ମାନଙ୍କରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି  ।

  • Tags:

Subscribe

National International State Sports Entertainment