ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଚାଞ୍ଚଲ୍ୟ । ଗାଁରୁ ଗାଈ ଚୋରି କରିଲେ ଅଭିଯୁକ୍ତ । ଶେଷରେ ଟାଙ୍ଗିଆରେ ହାଣିଲେ । ଏପରି ଅମାନବୀୟ ଘଟଣା ଘଟିଛି କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ଗାଁରେ । ଗାଈ ଚୋରି କରି ତାକୁ ଟାଙ୍ଗିଆରେ ହାଣି ମାଂସ କାଟୁଥିବା ବେଳେ ୨ ଜଣଙ୍କୁ କାବୁ କରିଲେ ସ୍ଥାନୀୟ ଅଧିବାସୀ । ଶେଷରେ ପୋଲିସର ଜିମା ଦେଇଛନ୍ତି ଗ୍ରାମବାସୀ।
ସୂଚନାନୁଯାୟୀ ଅଭିଯୁକ୍ତ ଦୁଇଜଣ ଖମାର ଗାଁର ନଟୁ ଗୋଛାୟତ ଏବଂ କମ୍ପୁଲେଇ ଗାଁର ଚଗଲୁ ନାଏକ। ଉଭୟେ ପ୍ରଥମେ କମ୍ପୁଲେଇ ଗାଁର ଜାନି ପତିଙ୍କର ଗୁହାଳରୁ ଗାଈଟିକୁ ଚୋରି କରିଥିଲେ। ଏବଂ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ପରେ ସୁବିଧା ଦେଖି ଗାଈଟିକୁ କାଟୁଥିବା ବେଳେ ତାଙ୍କୁ କାବୁ କରିଥିଲେ ଗ୍ରାମବାସୀ। ଉଭୟ ଅଭିଯୁକ୍ତକୁ ଗାଁ ଦାଣ୍ଡରେ ବାନ୍ଧି ଦେଇଥିଲେ ଲୋକେ। ପରେ ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ କଙ୍କଡ଼ାହାଡ଼ ପୋଲିସ ପହଞ୍ଚି ଉଭୟ ଅଭିଯୁକ୍ତ ଏବଂ ମାଂସ କଟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛନ୍ତି।