Home >
ମନୀଷ ଦାସ ମୃତ୍ୟୁ ରହସ୍ୟର ଖୋଲୁଛି ଗୁମର, ହୋଟେଲ ବିଲ୍‌କୁ ନେଇ ହୋଇଥିଲା ବିବାଦ
Khabar Odisha:Manish-Dash-Death-Case

ଭୁବନେଶ୍ୱର, ଅକ୍ଟୋବର ୧୪(ଖବର ଓଡ଼ିଶା): ବରିଷ୍ଟ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସ ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି । ଏବେବି ମୃତ୍ୟୁ ରହସ୍ୟ ଉପରୁ ସମ୍ପୂର୍ଣ୍ଣ ଭାବରେ ପରଦା ଉଠିନଥିବା ବେଳେ ଧିରେ ଧିରେ ଗୁମର ଖୋଲିବାରେ ଲାଗିଛି ।

ଏହି ମାମଲାରେ ତଦନ୍ତ କରୁଥିବା ଇନଫୋସିଟି ଥାନାର ସ୍ୱତନ୍ତ୍ର ପୋଲିସ୍ ଟିମ୍ ର ସୂଚନା ଅନୂଯାଇ ମନୀଷ ଓ ତାଙ୍କ ସାଙ୍ଗ ମାନଙ୍କ ସହ ହୋଟେଲ୍ ବିଲ୍ କୁ ନେଇ ଝଗଡା ହୋଇଥିଲା । ପ୍ରାୟ ୩୫ ହଜାର ଟଙ୍କା ହୋଟେଲ ବିଲ୍ ହୋଇଥିବା ବେଳେ ସମସ୍ତେ ମିଳିମିଶି ବିଲ୍ ଦେବାକୁ ମନୀଷ କହିଥିବା ବେଳେ ସାଙ୍ଗ ମାନେ କିନ୍ତୁ ଏଥିରେ ରାଜି ହୋଇନଥିଲେ ଏହା ପରେ ଆରମ୍ଭ ହୋଇଥିଲା ବିବାଦ ।

ତେବେ ମନୀଷ ମୃତ୍ୟୁ ପୂର୍ବରୁ ସେହି ହୋଟେଲରେ ହିଁ ରହିଥିଲେ ଯେଉଁ ହୋଟେଲ ବିଲ୍ କୁ ନେଇ ବିବାଦ ହୋଇଥିଲା । ତେବେ ବର୍ତ୍ତମାନ ଏହି ମାମଲାରେ ମନୀଷଙ୍କ ଦୁଇ ସାଙ୍ଗ ଆତ୍ମସମର୍ପଣ କରିଥିବା ବେଳେ ଏବେବି ପୁରା ଘଟଣା ଉପରୁ ସମ୍ପୂର୍ଣ୍ଣ ଭାବରେ ପରଦା ଉଠି ପାରିନି ।

ଗତ ରବିବାର ଦିନ ପାତ୍ରପଡା ଅଞ୍ଚଳର ଏକ ପୋଖରୀରୁ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ଏହାପରେ ନବୀନ ଦାସ ଏହା ଏକ ହତ୍ୟା ମାମଲା ବୋଲି ଅଭିଯୋଗ କରିଥିଲେ ।

  • Tags:

Subscribe

National International State Sports Entertainment