Home >
ଭୁବନେଶ୍ୱରର ଝାରପଡାରେ ଅଗ୍ନିକାଣ୍ଡ, କାରଣ ଅସ୍ପଟ
Khabar Odisha:Lakhs-rupees-of-accessories-charred-in-fire-mishap-in-Bhubaneswar
ଭୁବନେଶ୍ୱର, ଜୁନ ୩୦ (ଖବର ଓଡିଶା);

 ରାଜଧାନୀରେ ଅଗ୍ନିକାଣ୍ଡ । ରାଜଧାନୀ ଭୁବନେଶ୍ୱରର ଝାରପଡା ଫ୍ଲାଏ ଓଭରବ୍ରିଜ ନିକଟରେ ଥିବା ଏକ ସୋରୁମରେ ଅଗ୍ନିକାଣ୍ଡ । ସୋରୁମ ଦୁଇଟି ଯାକ ମହଲାରେ ନିଆଁ ଲାଗିଯାଇଛି । ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ତେବେ ପ୍ରାରମ୍ଭିକ ତଦନ୍ତରୁ ଏହା ସଟ ସର୍କିଟ ଯୋଗୁଁ ହୋଇଛି ବୋଲି ପୂର୍ବାନୁମାନ କରାଯାଉଛି । ନିଆଁ ଲିଭା କାର୍ଯ୍ୟରେ ତିନୋଟି ଫାୟାର ଟିମ ମୁତୟନ ହୋଇଛନ୍ତି । ତେବେ ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଥିବାର ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ପୋଲିସ ପଂହଚି ତଦନ୍ତ ଜାରି ରଖିଛି ।

  • Tags:

Subscribe

National International State Sports Entertainment