ଟ୍ରୋଲରମାନଙ୍କୁ ମୁହଁତୋଡ଼୍ ଜବାବ୍ ଦେଲେ ଇରା ଖାନ,ପୁଣି ସେୟାର କଲେ ଏହି ଫଟୋ ନୂଆଦିଲ୍ଲୀ , ମେ 16(ଖେବର ଓଡିଶା): Share story: ବଲିଉଡର ସୁପରଷ୍ଟାର ଆମିର ଖାନଙ୍କ ଝିଅ ଇରା ଖାନ ନିକଟରେ ୨୫ ତମ ଜନ୍ମଦିନ ପାଳନ ଅବସରରେ ତାଙ୍କ ପିତାଙ୍କ ସହ ବିକିନି ପିନ୍ଧିଥିବାରୁ ତାଙ୍କୁ ସମାଲୋଚନା କରିଥିବା ଟ୍ରୋଲଗୁଡ଼ିକର ଉତ୍ତର ଦେଇଛନ୍ତି। ଟ୍ରୋଲର ମାନଙ୍କ ପ୍ରତିକ୍ରିୟାରେ ଇରା ଖାନ ତାଙ୍କ ଜନ୍ମଦିନର ଆହୁରୀ ଅନେକ ନୂଆ ଫଟୋ ସେୟାର କରିଛନ୍ତି । ଫଟୋ ସେୟାର କରିବାବେଳେ ସେ ଟ୍ରୋଲର ମାନଙ୍କ ପାଇଁ ଏକ ଖାସ୍ କଥା ଲେଖିଛନ୍ତି ଯେଉଁଥିରେ ଲେଖାଯାଇଛି, “ଯଦି ସମସ୍ତେ ମୋର ଶେଷ ଜନ୍ମଦିନର ଫଟୋ ଘୃଣା କରନ୍ତି ଏବଂ ଟ୍ରୋଲ କରୁଛନ୍ତି ତେବେ ଏଠାରେ ଆଉ କିଛି ଅଛି ନୂଆ ଫଟୋ ଅଛି !” View this post on Instagram A post shared by Ira Khan (@khan.ira) ତେବେ ଏହି ନୁଆ ଫଟୋ ଗୁଡ଼ିକରେ ସେ ତାଙ୍କ ବନ୍ଧୁ ଏବଂ ତାଙ୍କ ପ୍ରେମିକ ନୁପୁର ଶିଖାରେଙ୍କ ସହିତ ପୁଲ୍ ସମୟ ଉପଭୋଗ କରୁଥିବା ଦେଖାଯାଇଛି । ଖବର ଅନୁସାରେ ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ କୁହାଯାଉଥିବା ଆମିର ଖାନ କିଛି ଦିନ ତଳେ ନିଜ ଲାଡ୍ଲୀ ଇରା ଖାନଙ୍କ ୨୫ତମ ଜନ୍ମଦିନ ପାଳନ କରିଥିଲେ। ଏହି ସମୟରେ ଇରା କେକ୍ ଉପରେ ଲାଗିଥିବା ମହମବତି ଲିଭାଉଥିବାର ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଫଟୋ ଦେଖିବା ପରେ ଟ୍ରୋଲରମାନେ ଆଶ୍ଚର୍ୟ୍ୟ ହୋଇ ଯାଇଛନ୍ତି ଏବଂ ଯାହାକୁ ନେଇ ଟ୍ରୋଲ କରିବା ମଧ୍ୟ ଆରମ୍ଭ କରି ଦେଇଛନ୍ତି। ଆମିର ଖାନଙ୍କ ଝିଅ ଇରା ଖାନ ମେ’ ୮ ରବିବାର ନିଜର ୨୫ତମ ଜନ୍ମଦିନ ପାଳନ କରିଛନ୍ତି, ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋ ଦେଖିଲେ ଲାଗୁଛି ଯେ ଆମିର ଝିଅର ଜନ୍ମଦିନରେ ପୁଲ୍ ପାର୍ଟି ରଖିଥିଲେ। ଇରା ନିଜ ଜନ୍ମଦିନ କେକ୍ କାଟିବା ସମୟରେ ବିକିନୀରେ ନଜର ଆସିଥିବା ବେଳେ ଏହି ବିକିନୀ ଟ୍ରୋଲରମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଆମିର ବି ଏହି ଫଟୋରେ ଶାର୍ଟଲେସ୍ ଥିବା ନଜର ଆସିଥିଲେ ଏବଂ ତାଙ୍କ ପାଖରେ ପୁଅ ଆଜାଦ ମଧ୍ୟ ଦେଖା ଯାଉଛନ୍ତି। ଖବର ଓଡ଼ିଶା, Reporter, 16/05/2022 Tweets by Khabar Odisha Recent ବିଜେପିରେ ଯୋଗଦେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା ଡକାୟତି ଯୋଜନାକୁ ପଣ୍ଡ : ତିନ ଗିରଫ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପରୀକ୍ଷା ଘୁଞ୍ଚାଇବା ପାଇଁ ଧାରଣାରେ ଛାତ୍ରୀ ଭିଡିଓ