Home >
ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଭାରତୀୟ ମୂଳ କମଳା ହେରିସ ଉପରାଷ୍ଟ୍ରପତି ପଦ ଲାଗି ପ୍ରାର୍ଥୀ
Khabar Odisha:International-Joe-Biden-picks-Kamala-Harris-as-his-vice-presidential-running-mate

ୱାଶିଂଟନ, ଅଗଷ୍ଟ ୧୨ (ଖବର ଓଡ଼ିଶା): ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରେଟିକ ପାର୍ଟିର ପ୍ରାର୍ଥୀ ଜୋ ବାଇଡେନ କମଳା ହେରିସଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ଘୋଷଣା କରାଯାଇଛି । ଡେମୋକ୍ରେଟିକ ରାଷ୍ଟ୍ରପତି ପଦର ପ୍ରାର୍ଥୀ ଜୋ ବାଇଡେନ ମଙ୍ଗଳବାର ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ମୋତେ ଗର୍ବ ଅନୁଭବ ହେଉଛି ଯେ, କମଳା ହେରିସ ନିଜର ଉପରାଷ୍ଟ୍ରପତି ପଦ ପାଇଁ ଚୟନିତ ହୋଇଛନ୍ତି । ବାଇଡେନ ତାଙ୍କୁ ଯୋଦ୍ଧା ଏବଂ ଆମେରିକାର ସବୁଠାରୁ ଭଲ କର୍ମଚାରୀ ବୋଲି କହିଛନ୍ତି ।  

ବାଇଡେନ କହିଛନ୍ତି, ଯେତେବେଳେ କମଳା ହେରିସ କାଲିଫୋର୍ଣ୍ଣିଆର ଅଟର୍ଣ୍ଣି ଜେନେରାଲ ଥିଲେ, ସେହି ସମୟରେ ସେ ତାଙ୍କୁ ଦେଖିଛନ୍ତି । ମୁଁ ନିଜେ ଦେଖିଛି ଯେ, ବଡ଼ ବଡ଼ ବ୍ୟାଙ୍କକୁ ଚ୍ୟାଲେଞ୍ଜ କରିଛନ୍ତି । କାମ କରୁଥିବା ଲୋକଙ୍କୁ ସହଯୋଗ କରିଛନ୍ତି । ମହିଳା ଓ ଶିଶୁଙ୍କୁ ଶୋଷଣରୁ ବଂଚାଇଛନ୍ତି । ଜୋ ବାଇଡେନ ଟୁଇଟ କରି କହିଛନ୍ତି ମୁଁ ଏବେ ନିଜକୁ ଗର୍ବ କରୁଛି ଯେ, ସେ ଏହି ଅଭିଯାନରେ ମୋର ସହଯୋଗୀ ହେବେ । 

କାଲିଫୋର୍ଣ୍ଣିଆର ସିନେଟର କମଳା ହେରିସ ଏକଦା ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଲାଗି ଚ୍ୟାଲେଞ୍ଜ କରିଥିଲେ । ମାତ୍ର ରାଷ୍ଟ୍ରପତି ପଦର ରେସରୁ ବାହାର ହେବା ପରେ ଚାରିଆଡେ ଚର୍ଚ୍ଚାର ଘେରକୁ ଆସିଥିଲେ । ଉପରାଷ୍ଟ୍ରପତି ପ୍ରାର୍ଥୀ ଚୟନିତ ହେବା ପରେ କମଳା ହେରିସ ଟୁଇଟ କରି ବାଇଡେନଙ୍କୁ ଧନ୍ୟବାଦ ଜଣାଇଛନ୍ତି । 

 

  • Tags:

Subscribe

National International State Sports Entertainment