Home >
କାର୍ଲିଫୋର୍ଣ୍ଣିଆର ଚର୍ଚ୍ଚରେ ଆତତାୟୀର ଗୁଳିମାଡ଼; ଜଣେ ମୃତ, ଲୋକେ ଭୟଭୀତ
Khabar Odisha:International-Panic-among-people-firing-California-church-death-America

କାର୍ଲିଫୋର୍ଣ୍ଣିଆ, ମେ ୧୬ (ଖବର ଓଡ଼ିଶା): ଆମେରିକୀୟ ସହର କାର୍ଲିଫୋର୍ଣ୍ଣିଆରେ ଆତତାୟୀଙ୍କୁ ଗୁଳିମାଡ଼ ହୋଇଛି । ଏକ ଚର୍ଚ୍ଚ ଉପରେ ହୋଇଥିବା ଏହି ଗୁଳିମାଡ଼ କାରଣରୁ ଲୋକେ ଭୟଭୀତ ହୋଇଯାଇଛନ୍ତି । ସ୍ଥାନୀୟ ପୋଲିସ କହିବା ଅନୁସାରେ କାର୍ଲିଫୋର୍ଣ୍ଣିଆର ପ୍ରୋସିଟେରିୟନ ଚର୍ଚ୍ଚ ଉପରେ ଏହି ଗୁଳିମାଡ଼ ହୋଇଛି । ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା େବେଳ ଅନ୍ୟ ୪ ଜଣ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସନ୍ଦିଗ୍ଧକୁ ପୋଲିସ ଅଟକ ରଖିଛି । 

ପୋଲିସ କହିଛି ଯେ, ଅରେଞ୍ଜ କାଉଣ୍ଟି ଶେରିଫ ବିଭାଗ କହିଛି ଯେ, ଲଗୁନା ବୁଡ୍‌ସ ସହରରେ ଜେନିଭା ପ୍ରୋସିବଟେରିୟନ ଚର୍ଚ୍ଚରେ ରବିବାର ଅପରାହ୍ନ ପ୍ରାୟ ୧ଟା ୩୦ରେ ଗୁଳିମାଡ଼ ହୋଇଥିଲା । ଅଚାନକ ଦଳାଚକଟା ପରିସ୍ଥିତି ଉପୁଜି ଥିଲା । ଜୀବନ ବଞ୍ଚାଇବା ପାଇଁ ଲୋକେ ଏଣେତେଣେ ପଳାୟନ କରିଥିଲେ । ଗୁଳିମାଡ଼ରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଶେରିଫର ମୁଖପାତ୍ର କେରି ବ୍ରୋନ୍ କହିଛନ୍ତି ଯେ, ଗୁଳିମାଡ ସମୟରେ ଚର୍ଚ୍ଚରେ ୩୦ ଜଣ ଥିଲେ । ଚର୍ଚ୍ଚ ଭିତରେ ଅଧିକାଂଶ ତାଇୱାନୀ ମୂଳ ନାଗରିକ ଥିଲେ । ମାମଲାର ତଦନ୍ତ କରାଯାଉଛି । 

 

  • Tags:

Subscribe

National International State Sports Entertainment