Home >
୮୩ ବର୍ଷ ବୟସରେ ବାପା ହେଲେ ବ୍ୟକ୍ତି, ୩୫ ବର୍ଷୀୟ ପତ୍ନୀ ଜନ୍ମଦେଲେ ଶିଶୁପୁତ୍ର!
Khabar Odisha:International-Male-fertility-83-year-old-man-became-father-wife-age-35-years

ନୂଆଦିଲ୍ଲୀ, ଜୁନ୍ ୨୪ (ଖବର ଓଡ଼ିଶା): ୮୩ ବର୍ଷ ବୟସରେ ବାପା ହେବାର ସୌଭାଗ୍ୟ । ତାହା ପୁଣି ୩୫ ବର୍ଷ ବର୍ଷୀୟ ପତ୍ନୀଙ୍କ ଠାରୁ । ନିଶ୍ଚିତ ଭାବେ ଏହି ଖବର ଆଶ୍ଚର୍ଯ୍ୟଜନକ । କିନ୍ତୁ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜଣେ ବରିଷ୍ଠ ନାଗରିକ ୮୩ ବର୍ଷ ବୟସରେ ପିତା ହୋଇଥିବା ନେଇ ଖୁଲାସା କରିଛନ୍ତି । ନ୍ୟୁଟ୍ରିଶନ ବିଶେଷଜ୍ଞ ଆଲବର୍ଟୋ କୋର୍ମିଲିଏଟ କହିଛନ୍ତି ଯେ, ତାଙ୍କର ପତ୍ନୀ ତାଙ୍କର ବୟସ ତୁଳନାରେ ଅଧାରୁ ମଧ୍ୟ କମ୍ । ତାଙ୍କର ପତ୍ନୀଙ୍କ ନାମ ଏଷ୍ଟୋଫାନିଆ ପାସକ୍ୱୀନୀ ଓ ତାଙ୍କର ବୟସ ୩୫ ବର୍ଷ । ଏଷ୍ଟେଫାନିଆ ଫର୍ଟିଲିଟି ଟ୍ରିଟମେଣ୍ଟ ପରେ ଗର୍ଭବତୀ ହୋଇଥିଲେ । 

ଆର୍ଜେଣ୍ଟିନାର ନାଗରିକ ଆଲବର୍ଟୋଙ୍କ ବୟସ ବହୁତ ବଢ଼ି ଯାଇଛି । କିନ୍ତୁ ତାଙ୍କର ବିଶ୍ୱାସ ଯେ, ସେ ନିଜର ପୁଅ ଏମିଲିୟୋଙ୍କୁ ବହୁତ ଭଲ ଭାବରେ ଲାଳନ ପାଳନ କରିପାରିବେ । ସେ କହିଛନ୍ତି ଯେ, ମୁଁ ଭଲଭାବରେ ଜାଣିଛି ଯେ, ଜୀବନ ଅନନ୍ତ । କିନ୍ତୁ ଏହି ଛୋଟ ପିଲା ସହିତ ସମୟ ଥିବା ପର୍ଯ୍ୟନ୍ତ ରହିବି । ଏହି କାରଣରୁ ଦିନତମାମ ମୁଁ ଖୁସିରେ ଜୀବନ ବିତାଇବାକୁ ଚାହୁଁଛି ବୋଲି ସେ କହିଛନ୍ତି । 

ଭବିଷ୍ୟତ ସଂପର୍କରେ ସେ କହିଛନ୍ତି ଯେ, ସେ ପୁଅ ପାଇଁ ଓଡିଓ ମେସେଜ ରେକଡ କରୁଛନ୍ତି । ଏହା ଦ୍ୱାରା ପୁଅ ଭବିଷ୍ୟତରେ ଶୁଣିପାରିବ । ମାତ୍ର ସେ ଏବେ ଛୋଟପିଲା । କିନ୍ତୁ ତାର ଏକ ଫୋନ ନମ୍ବର ରହିଛି, ଯେଉଁଥିରେ କି ହ୍ୱାଟ୍‌ସଆପ ରହିଛି । ଏହାରି ମାଧ୍ୟମରେ ଓଡିଓ ମେସେଜ ଓ ଭିଡିଓ ମେସେଜ ପଠାଉଛନ୍ତି । ଦଂପତି ୯ମାସର ଶିଶୁପୁତ୍ରକୁ ଚୀନ ଭାଷା ଶିଖାଇବା ପାଇଁ ଟ୍ୟୁସନ ଶିକ୍ଷକ ଡାକିଛନ୍ତି । ଚୀନ ଭାଷା ଶିଖାଇବାର ମୂଳ କାରଣ ହେଲା ଯେ, ଏହା ‘ଭବିଷ୍ୟତର ଭାଷା’ । ପୁଅକୁ ଅର୍ଗାନ ବଜାଇବାକୁ ମଧ୍ୟ ଶିକ୍ଷା ଦେଉଛନ୍ତି । 

 

  • Tags:

Subscribe

National International State Sports Entertainment