Home >
ପ୍ରଧାନମନ୍ତ୍ରୀ ମୋଦୀ-ୟୁଏନ୍ ମୁଖ୍ୟ-ପୋପ ଫ୍ରାନ୍ସିସଙ୍କୁ ଏହି ଭୂମିକା ପାଇଁ ଚୟନ ଚାହାନ୍ତି ମେକ୍ସିକୋର ରାଷ୍ଟ୍ରପତି
Khabar Odisha:International-PM-Narendra-Modi-Mexico-peace-commission-in-UN

ନୂଆଦିଲ୍ଲୀ, ଅଗଷ୍ଟ ୧୧ (ଖବର ଓଡ଼ିଶା): ବିଶ୍ୱର ଅନେକ ରାଷ୍ଟ୍ର ଏବେ ଯୁଦ୍ଧରେ ଫସିଛନ୍ତି ଅଥବା ଯୁଦ୍ଧ ପରିସ୍ଥିତିର ସାମ୍ନା କରୁଛନ୍ତି । ଏହି ଉତ୍ତେଜନା ବଢ଼ିବାରେ ଲାଗିଛି । ତେଣୁ ଶାନ୍ତି ପାଇଁ ମଧ୍ୟ ଉଦ୍ୟମ ହେଉଛି । ଏହି ବିଶ୍ୱଶାନ୍ତି ପ୍ରତିଷ୍ଠା ପାଇଁ ମେକ୍ସକୋର ରାଷ୍ଟ୍ରପତି ଏଣ୍ଡ୍ରୋସ ମ୍ୟାନୁଆଲ ଲୋପେଜ ଓବ୍ରେଡୋର ୟୁଏନ୍ ସାମ୍ନାରେ ଏକ ପ୍ରସ୍ତାବ ରଖିଛନ୍ତି । ଏକ ପତ୍ର ଯାହାକି ଏବ ଭାଇରାଲ ହୋଇଛି ଏହାର ମାଧ୍ୟମରେ ଲୋପେଜ ଅପିଲ କରିଛନ୍ତି ଯେ, ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ୩ ସଦସ୍ୟ ଯୁକ୍ତର ଏକ କମିଟି ଗଠନ କରାଯିବା ଦରକାର ।

ଏହି କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୋପ ଫ୍ରାନ୍ସିସ ଓ ସଂଯୁକ୍ତ ରାଷ୍ଟ୍ର ମହାସଚିବ ଏଟୋନ୍ରିା ଗୁଟେରେସଙ୍କୁ ସଦସ୍ୟ କରାଯାଉ । ଏହି ୩ ଜଣଙ୍କ ନେତୃତ୍ୱରେ ଯେଉଁ କମିଟି ଗଠନ କରାଯିବ, ତାହା ବିଶ୍ୱଶାନ୍ତି ପାଇଁ କାମ କରିବ । ଯୁଦ୍ଧର ସ୍ଥିତିରେ ଆଲୋଚନା ମାଧ୍ୟମରେ ଉତ୍ତେଜନା ହ୍ରାସ କରିବା ପାଇଁ ଏହି କମିଟି କାମ କରିବ । ଏହି କମିଟିର ଉଦେଶ୍ୟ ଏହା ରହିବ କି ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ କେବେବି ୨ ଦେଶ ମଧ୍ୟରେ ଯୁଦ୍ଧ ନ ହେଉ ଏବଂ ଶାନ୍ତି ଜାରି ରହୁ । ମେକ୍ସିକୋର ରାଷ୍ଟ୍ରପତି ସୂଚନା ପ୍ରଦାନ କରିଛନ୍ତି ଯେ, ସେ ନିଜର ପ୍ରସ୍ତାବ ୟୁଏନ୍ ସାମ୍ନାରେ ଉପସ୍ଥାପନ କରିବେ । ଆଶା କରାଯାଉଛି ଯେ, ପୂରା ବିଶ୍ୱ ଏହି ପ୍ରସ୍ତାବକୁ ସ୍ୱୀକାର କରିବେ । 

 

  • Tags:

Subscribe

National International State Sports Entertainment