ପୁଣି ଥରେ "ନ୍ୟାସନାଲ ସ୍ମାର୍ଟସିଟି" ପୁରସ୍କାର ପାଇଛି ଇନ୍ଦୋର । ଶୁକ୍ରବାର "ନ୍ୟାସନାଲ ସ୍ମାର୍ଟସିଟି" ପୁରସ୍କାରର ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଇନ୍ଦୋର ଶ୍ରେଷ୍ଠ ସ୍ମାର୍ଟସିଟି ପୁରସ୍କାର ପାଇ ପୁଣିଥରେ ଇତିହାସ ସୃଷ୍ଟି କରିଛି । ସୁରଟ ଦ୍ୱିତୀୟ ସ୍ଥାନରେ ଓ ଆଗ୍ରା ତୃତୀୟ ସ୍ଥାନ ଅଧିକାର କରିଛି । ସ୍ମାର୍ଟସିଟି ମିଶନ ନିଜ ରାଜ୍ୟରେ ଲାଗୁ କରିବାରେ ଦେଶର ସର୍ବଶ୍ରେଷ୍ଠ ରାଜ୍ୟ ହୋଇଛି ମଧ୍ୟପ୍ରଦେଶ । ପରେ ଦ୍ୱିତୀୟ ସ୍ଥାନରେ ତାମିଲନାଡୁ ଓ ତୃତୀୟ ସ୍ଥାନରେ ରାଜସ୍ଥାନ,ଉତ୍ତପ୍ରଦେଶ ଅଧିକାର ହାସଲ କରିଛନ୍ତି । କେନ୍ଦ୍ର ଶାସିତ ପ୍ରଦେଶ ଭାବେ ଚଣ୍ଡୀଗଡ ପ୍ରଥମ ସ୍ଥାନ ହାସଲ କରିଛି । ଇନ୍ଦୋର ସହରର ସ୍ୱଚ୍ଛତାର ଦୃଶ୍ୟ ସାରା ଦେଶ ଦେଖିସାରିଛି । ଗତବର୍ଷ ଅକ୍ଟୋବରରେ ଘୋଷଣା କରାଯାଇଥିବା ଏହି ପୁରସ୍କାରରେ ମଧ୍ୟ ଇନ୍ଦୋର ପ୍ରଥମ ସ୍ଥାନ ହାସଲ କରିଥିଲା । ସୂଚନା ଅନୁସାରେ, ସମସ୍ତ ବିଭାଗର ବିଜେତାମାନଙ୍କୁ ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ଏକ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ କରିବେ । ଦେଶର ୧୦୦ଟି ସ୍ମାର୍ଟ ସିଟି ଭିତରୁ ଇନ୍ଦୋର ଏଥର ବି ପ୍ରଥମ ସ୍ଥାନ ଗ୍ରହଣ କରିଛି ।
ଆଗକୁ ପଢନ୍ତୁ : ବାଣ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ : ୧ ମୃତ