ଭୁବନେଶ୍ୱର, ଜାନୁଆରୀ 24 (ଖବର ଓଡ଼ିଶା):
ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୫୦ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୮୯ ସଂକ୍ରମିତ । ଲୋକାଲ୍ କଣ୍ଟାକ୍ଟ କେସ୍ ୬୧ଟି ରହିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
୨୪ ଜିଲ୍ଲା ଓ ଷ୍ଟେଟପୁଲରୁ ଏହି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୨ ଆକ୍ରାନ୍ତ ବାହାରିଥିବା ବେଳେ ତା' ତଳକୁ ବରଗଡ଼ ଜିଲ୍ଲାରୁ ୧୮ ଜଣ ନୂଆ ଆକ୍ରାନ୍ତ ବାହାରିଛନ୍ତି ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ ଲକ୍ଷ ୩୪ ହଜାର ୩୦୦କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୦ ହଜାର ୯୬୨ ଆକ୍ରାନ୍ତ । ଏବେ ରାଜ୍ୟରେ ମୋଟ ୧ ହଜାର ୩୮୦ କରୋନା ଆକ୍ଟିଭ୍ କେସ୍ ରହିଛି ।