ଆଜିର ବିଜ୍ଞାନ ଯୁଗରେ ଏବେ ବି ସମାଜରେ କିଛି ପାଗଳ ଲୋକମାନେ ଅଛନ୍ତି ଯେଉଁମାନେ ଅନ୍ଧବିଶ୍ୱାସରେ ବିଶ୍ୱାସ କରୁଛନ୍ତି । ଏଭଳି ଏକ ଘଟଣା ଘଟିଛି କର୍ଣ୍ଣାଟକ ରାଜ୍ୟର ହାବେରୀ ଜିଲ୍ଲାରେ । ମୃତ ଦେହ ପୁଣି ଜୀବିତ ହୋଇଯିବ ବୋଲି ବିଶ୍ୱାସ କରି ଲୁଣ ଗଦାରେ ପୋତିଛନ୍ତି ମୃତଦେହ । ହାବେରୀ ଜିଲ୍ଲାର ଗଲାପୁଜି ଗାଁ ରେ ଗତ ରବିବାର ଦିନ ଦୁଇ ନାବାଳକ ହେମନ୍ତ ଓ ନାଗରାଜ ପୋଖରୀ ପାଣିରେ ବୁଡି ଜୀବନ ହାରିଥିଲେ । ତେବେ କିଛି ମାସ ପୂର୍ବରୁ ଏକ ଗୁଜବ ସୃଷ୍ଟି କାରୀ ଭିଡିଓ ଭାଇରାଲ ହୋଇଥିଲା । ଯେଉଁ ଶିଶୁ ମାନଙ୍କ ପାଣି ରେ ବୁଡି ଜୀବନ ଯାଇଛି ସେମାନଙ୍କ ମୃତ ଦେହକୁ ଲୁଣ ଗଦା ମଧ୍ୟରେ ୪ ରୁ ୫ ଘଣ୍ଟା ମଧ୍ୟରେ ରଖିବା ଦ୍ୱାରା ପୁନଃ ଜୀବିତ ହୋଇଥାନ୍ତି । ଏହାକୁ ବିଶ୍ୱାସ କରି ସେମାନଙ୍କ ପିତା ମାତା ମାନେ ସେମାନଙ୍କ ମୃତ ଦେହ କୁ ୬ ଘଣ୍ଟା ଧରି ଲୁଣ ଗଦା ରେ ପୋତିଥିଲେ । ଶେଷରେ କୌଣସି ସୁଫଳ ନ ମିଳିବାରୁ ମୃତ ଦେହ କାଢ଼ି ପୋଲିସ ପରାମର୍ଶରେ ପିତାମାତା ଶବସତ୍କାର କରିଥିଲେ ।
ତେବେ କର୍ଣ୍ଣାଟକରେ ଏହି ଘଟଣା କୌଣସି ନୂଆ ନୁହଁ । ଗତ ସେପ୍ଟେମ୍ବର ମାସରେ ବଲ୍ଲାରୀ ଜିଲ୍ଲାରେ ସିରାଭର ଗାଁରେ ଏକ ୧୦ ବର୍ଷ ର ବାଳକ ପୋଖରୀ ରେ ବୁଡି ମୃତ୍ୟୁବରଣ କରିଥିଲା । ସୋସିଆଲ ମିଡିଆରେ ପ୍ରଚାରିତ ହେଉଥିବା ମେସେଜ ରେ ବିଶ୍ୱାସ କରି ତାର ପିତା ମାତା ବିଶ୍ୱାସ କରିଥିଲେ ଯେ ପାଣିରେ ବୁଡି ଜୀବନ ହାରିଥିବା ବ୍ୟକ୍ତିଙ୍କ ମୃତ ଦେହକୁ ଲୁଣ ଗଦାରେ ପୋତିବା ଦ୍ୱାରା ମୃତ ବ୍ୟକ୍ତି ପୁଣି ଜୀବନ ଫେରିପାଇବ । ପ୍ରଥମେ ସେମାନେ ମୃତଦେହ କୁ ୨ ଘଣ୍ଟା ଧରି ଲୁଣ ଗଦାରେ ପୋତି ଥିଲେ । କୌଣସି ସୁଫଳ ନ ମିଳିବାରୁ ପୁଣି ଥରେ ଆଉ ୪ ଘଣ୍ଟା ଧରି ମୃତ ଦେହକୁ ପୋତି ଥିଲେ । ଶେଷରେ କିଛି ଉପାୟ ନପାଇ ସେମାନେ ମୃତ ଦେହର ସତ୍କାର କରିଥିଲେ ।
ଅଧିକ ପଢନ୍ତୁ : ଆକାଶରୁ ନିଆଁ ବର୍ଷା: ତାତି ଅସହ୍ୟ