ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ କେବେ ଗୋଟିଏ ଥିଲେ ହେଁ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ରାଜନୈତିକ ତିକ୍ତତା ଏତେ ରହିଛି ଯେ, ଅନ୍ତର୍ଜାତୀୟ ସ୍ତରରେ ଦୁଇ ଦେଶ ପରସ୍ପରର ଶତ୍ରୁ ହୋଇ ଯାଇଛନ୍ତି । କିନ୍ତୁ ଦୁଇ ଦେଶର ସଂସ୍କୃତିର ଦୁଇଟି ଚେର ଏମିତି ରହିଛି, ଯେଉଁଥିରେ ସମାନତାକୁ ସମାପ୍ତ କରାଯାଇ ପାରିବ ନାହିଁ । ଦେଶ ବିଭାଜନ ପରେ ପ୍ରଥମ ଥର ପାକିସ୍ତାନରେ କୌଣସି ଏକ ବିଶ୍ୱ ବିଦ୍ୟାଳୟରେ ସଂସ୍କୃତି ପାଠ୍ୟକ୍ରମ ଆରମ୍ଭ କରାଯାଇଛି । କେବଳ ଏତିକି ନୁହେଁ ଆଗାମୀ ଦିନରେ ପାକିସ୍ତାନରେ ଭଗବତଗୀତା ଓ ମହାଭାରତର ଶିକ୍ଷା ଦିଆଯିବା ନେଇ ପ୍ରସ୍ତୁତି ଚାଲିଛି ।
ୠାହୋର ୟୁନିଭର୍ସିଟି ଅଫ ମ୍ୟାନେଜମେଣ୍ଟ ସାଇନ୍ସେଜ ପାରମ୍ପରିକ ଭାଷାରେ ଚାରି ପାଠ୍ୟକ୍ରମ ଆରମ୍ଭ କରିଛି । ଏଥିରେ ଗୋଟିଏ କୋର୍ସ ରହିଛି ସଂସ୍କୃତ । ଫୋରମ୍ୟାନ କ୍ରିଶ୍ଚିୟନ କଲେଜରେ ସମାଜଶାସ୍ତ୍ରର ଆସୋସିଏଟ ପ୍ରଫେସର ଡ. ଶାହିଦ ରଶିଦଙ୍କ ପ୍ରୟାସରେ ଏହା ସମ୍ଭବ ହୋଇ ପାରିଛି । ସେ ନିଜେ ଜଣେ ସଂସ୍କୃତ ବିଦ୍ୱାନ । ଦ ଟ୍ରିବ୍ୟୁନ ସହ ଆଲୋଚାନ ବେଳେ ସେ କହିଛନ୍ତି ପାରମ୍ପରିକ ଭାଷା ହେଉଛି ଜ୍ଞାନର ସାଗର । ମୁଁ ପ୍ରଥମେ ଆରବି ଏବଂ ପାର୍ସି ପଢିଲି । ଏହା ପରେ ସଂସ୍କୃତ ପଢିବା ଆରମ୍ଭ କଲି । ମୋତେ ସଂସ୍କୃତର ବ୍ୟାକରଣ ବୁଝିବାରେ ଗୋଟିଏ ବର୍ଷ ସମୟ ଲାଗିଲା । ଏବେ ମୁଁ ଏହାକୁ ବୁଝିବାକୁ ଚେଷ୍ଟା କରୁଛନ୍ତି ।
ସେ ତିନି ମାସର ସପ୍ତାହାନ୍ତରେ ସଂସ୍କୃତ କୋର୍ସ ପଢାଯାଇଥିଲା । ଏହା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହା ପ୍ରତି ରୁଚି ବଢିଥିବା ଦେଖିବାକୁ ମିଳିଥିଲା । ପାକିସ୍ତାନରେ ଏବେ ବି ସଂସ୍କୃତ ଉପରେ ବହୁତ କାମ ହୋଇଛି । ଏବେ ମଧ୍ୟ ପଞ୍ଜାବ ୟୁନିଭର୍ସିଟିର ଲାଇବ୍ରେରୀରେ ସଂସ୍କୃତର ଦୁର୍ଲଭ ଓ ଗ୍ରନ୍ଥ ଉପଲବ୍ଧ ରହିଛି । ଏପରିକି ସଂସ୍କୃତରେ ରଚିତ ପତ୍ର ମଧ୍ୟ ଲାଇବ୍ରେରୀରେ ରହିଛି । ଏହାର ବ୍ୟବହାର ବିଦେଶୀ ଗବେଷକମାନେ କରିଥାନ୍ତି । ଅନ୍ୟପଟେ ପାକିସ୍ତାନରେ ସଂସ୍କୃତ ଶିକ୍ଷା ଉପରେ ଧ୍ୟାନ ଦିଆଯାଇ ନ ଥିଲା।
Also read: କିଏ ଏହି ଜଷ୍ଟିସ ଜେ ନିଶା ବାନୋ ? କେରଳ ହାଇକୋର୍ଟରେ ଜଏନ କରିବାକୁ ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି