ଭୁବନେଶ୍ୱର, ଜାନୁଆରୀ ୨୪ ( ଖବର ଓଡ଼ିଶା):
ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଅସହ୍ୟ ଶୀତ ଜନଜୀବନ ଅସ୍ତବ୍ୟସ୍ତ କରୁଛି । ସକାଳୁ ସକାଳୁ ଥଣ୍ଡା ପବନରେ ଦେହ ହାତ କାଲୁଆ ହେଉଛି । ଆଗାମୀ ୨ ଦିନ ସାରା ରାଜ୍ୟରେ ଘନ କୁହୁଡ଼ି ଆସ୍ତରଣ ଦେଖାଯିବ । ଘନ କୁହୁଡି ଯୋଗୁଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହେବ । ଘନ କୁହୁଡି ନେଇ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଏନେଇ ପୋଲିସ ଓ ପରିବହନ ବିଭାଗ ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି ଏସଆରସି ।
ଜାନୁଆରୀ 26 ତାରିଖ ସକାଳ ସୁଦ୍ଧା 15 ଜିଲ୍ଲାରେ ଘନ କୁହୁଡ଼ି ଆଶଙ୍କା ରହିଛି । ଆଜି ରାତି ଠାରୁ ଆସନ୍ତାକାଲି ସକାଳ ଯାଏଁ ଅନୁଗୁଳ, ମୟୂରଭଞ୍ଜ, ବୌଦ୍ଧ, ଢେଙ୍କାନାଳ, ନୟାଗଡ, ଖୋର୍ଦ୍ଧା , ପୁରୀ , କେନ୍ଦୁଝର, ସୁନ୍ଦରଗଡ଼ରେ ଘନ କୁହୁଡ଼ି ରହିବ । ସେହିପରି ଆସନ୍ତାକାଲି ରାତିରୁ 26 ତାରିଖ ସକାଳ ଯାଏଁ ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଅନୁଗୁଳ, ଯାଜପୁର , ଢେଙ୍କାନାଳ, ରେ ଘନ କୁହୁଡି ଆଶଙ୍କା ରହିଛି ।