ଦିନକୁ ଦିନ ଜଙ୍ଗଲ ନିଆଁ ବଢ଼ିବାରେ ଲାଗିଛି । ଜଙ୍ଗଲ ନିଆଁ ପାଇଁ ମଧ୍ୟ ଜନଜୀବନ ହନ୍ତସନ୍ତ ହୋଇପଡିଲେଣି । ରାଜ୍ୟ ହେଉ କି ରାଜ୍ୟ ବାହାରେ ଗ୍ରୀଷ୍ମ ପ୍ରବାହ ଯେତେ ବଢୁଛି ନିଆଁର ପରିମାଣ ସେତେ ବଢୁଛି । ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲରେ ଥିବା ମୂଲ୍ୟବାନ ଗଛ ଜଳିପୋଡ଼ି ପାଉଁଶ ହେଉଥିଲା କିନ୍ତୁ ଏବେ ଜଙ୍ଗଲ ନିଆଁରେ ପୋଡି ହୋଇ ୫ ଜଣ ମୃତ୍ୟୁବରଣ କରିଛନ୍ତି ।
ସୂଚନା ଅନୁସାରେ, ଉତ୍ତରାଖଣ୍ଡ ରାଜ୍ୟରେ ଥିବା ବିଭିନ୍ନ ଜଙ୍ଗଲରେ ନିଆଁ ବ୍ୟାପି ଲୋକଙ୍କ ଜୀବନ ବଞ୍ଚିବା କଷ୍ଟକର ହୋଇପଡିଛି । ଜଙ୍ଗଲ ପୋଡି ହୋଇ ବାହାରୁଥିବା ଧୂଆଁ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କର ଜୀବନକୁ ହନ୍ତସନ୍ତ କରୁଛି । ନିଆଁ ମଧ୍ୟ ଚାଷ ଜମିକୁ ବ୍ୟାପି ବାରେ ଲାଗିଛି । ଜଙ୍ଗଲ ନିଆଁ ପ୍ରାକୃତିକ ଓ ମନୁଷ୍ୟକୃତ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।