Home >
ଧାନର ଅଭାବୀ ବିକ୍ରି କୁ ନେଇ ତାତିଲେ ଚାଷୀ, ଅଭିଯୋଗ ନେଇ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଅଭିମୁଖେ ବିଜେପି କୃଷକ ମୋର୍ଚ୍ଚାର ସାଇକେଲ ଯାତ୍ରା
Khabar Odisha:Farmers-Protest-in-Bargarh

ବରଗଡ, ଜୁନ୍ ୨୧ (ଖବର ଓଡ଼ିଶା): ରାଜ୍ୟରେ ପ୍ରାୟ ସବୁ ଜିଲ୍ଲାରୁ ଧାନର ଅଭାବୀ ବିକ୍ରି ଓ ଧାନ କିଣା କୁ ନେଇ କଟନୀ ଛଟନୀର ଚିତ୍ର ସାମ୍ନାକୁ ଆସୁଛି । ଏହାର ଯେତେ ବିରୋଧ କଲେ ବି ସ୍ଥିତି ସୁଧୁରୁ ନାହିଁ । ଏବେବି ମଣ୍ଡିରୁ ଉଠିପାରୁନି ଧାନ ଯାହାକୁ ନେଇ ଚାଷୀ ହନ୍ତସନ୍ତ ମଧ୍ୟ ବୃଦ୍ଧି ପାଉଛି ।

ବରଗଡ ଜିଲ୍ଲା ବିଜେପୁରରୁ ଆସିଛି ଏଭଳି ସାଂଘାତିକ୍ ଅଭିଯୋଗ । ଟୋକେନ୍ ଲ୍ୟାପ୍ସ ହେବାକୁ ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ସୁଦ୍ଧା କିଛି କାର୍ଯ୍ୟାନୁଷ୍ଠାନ ହୋଇ ପାରୁନି ଏଣେ ମଣ୍ଡିରେ ପଡି ରହିଛି ଶହ ଶହ ବସ୍ତା ଧାନ । ପୂର୍ବରୁ ଚଳିତ ମାସ ୧୨ରୁ ୧୪ ଯାଏଁ ଦୁଇ ଦିନ ଧରି ବିଜେପୁରର ସାଇପାଲି ସମବାୟ ବ୍ୟାଙ୍କ ସମ୍ମୁଖରେ ତାଲାବନ୍ଦ ଆନ୍ଦୋଳନ କରିଥିଲା ଚାଷୀ ।

ଜିଲ୍ଲାପାଳଙ୍କର ଅନୁରୋଧ ସହ ଲେପ୍ସ ଟୋକନର ବ୍ୟବସ୍ଥାର ପ୍ରତିଶୃତି ମିଳିବା ପରେ ବିଜେପି କୃଷକ ମୋର୍ଚ୍ଚା ଆନ୍ଦୋଳନ ରୁ ଓହରିଥିଲା । କିନ୍ତୁ ଦାବି ପୂରଣ ନହେବାରୁ ପୁଣି ରାଜରାସ୍ତାକୁ ଓହ୍ଲାଇବାକୁ ବର୍ତମାନ ଅଣ୍ଟା ଭିଡ଼ିଛି ବରଗଡ଼ ବିଜେପି କୃଷକ ମୋର୍ଚ୍ଚା । ଆଜି ବିଜେପୁରଠାରୁ ଚାଷୀ ଙ୍କର ହକ ପାଇଁ ବରଗଡ଼ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଅଭିମୁଖେ ସାଇକେଲ ଯାତ୍ରା କରିଛନ୍ତି ଚାଷୀ ।

  • Tags:

Subscribe

National International State Sports Entertainment