Home >
ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର; ଏମ୍ସରେ ଭର୍ତ୍ତି, ଭେଣ୍ଟିଲେଟର ସପୋର୍ଟରେ ଚିକିତ୍ସା ଜାରି
Khabar Odisha:Entertainment-Actor-Raju-Srivastava-health-condition-critical-as-kept-him-ventilator-support-in-AIIMS

ନୂଆଦିଲ୍ଲୀ, ଅଗଷ୍ଟ ୧୧ (ଖବର ଓଡ଼ିଶା): ବଲିଉଡ ସିନେମାର ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହୋଇଛି । ସୂଚନା ଅନୁସାରେ ରାଜୁ ଶ୍ରୀବାସ୍ତବଙ୍କୁ ଦିଲ୍ଲୀ ଏମ୍ସସ୍ଥିତ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ଜରୁରୀକାଳୀନ ବିଭାଗରେ ଡାକ୍ତରମାନେ ସ୍ୱତନ୍ତ୍ର ନଜରରେ ରଖିଥିଲେ । କିନ୍ତୁ ପରେ ସିସିୟୁରେ ଭର୍ତ୍ତି କରାଯାଇଛି । 

ଜାତୀୟ ଗଣମାଧ୍ୟମକୁ ହସ୍ପିଟାଲରୁ ମିଳିଥିବା ସୂଚନା ଅନୁସାରେ ରାଜୁ ଶ୍ରୀବାସ୍ତବଙ୍କ ଏଞ୍ଜିୟୋଗ୍ରାଫି କରାଯାଇଛି, ଯେଉଁଥିରେ ୧୦୦ ପ୍ରତିଶତ ବ୍ଲକ ମିଳିଛି । ଡାକ୍ତରଙ୍କ କହିବା ଅନୁସାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ରହିଛି । ତେଣୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । 

ଏମ୍ସ ସୂତ୍ର ଅନୁସାରେ ତାଙ୍କୁ ଜରୁରୀକାଳୀନ ଚିକିତ୍ସା ବିଭାକର ଡାକ୍ତରୀଟିମ୍ ନଜରରେ ରଖାଯାଇଥିଲା । ପରେ କାର୍ଡିକ କେୟାର ୟୁନିଟକୁ ସ୍ଥାନାନ୍ତରିତ କରାଯାଇଥିଲା । ଏବେ କିନ୍ତି ଅଭିନେତା ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ସୂଚନାଯୋଗ୍ୟ, ୫୮ ବର୍ଷୀୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କୁ ଟ୍ରେଡମିଲରେ ଦୌଡିବା ସମୟରେ ହୃଦଘାତ ହୋଇଥିଲା । ଛାତିରେ ଅଚାନକ ଯନ୍ତ୍ରଣା ଆସିଥିଲା ଏବଂ ସେ ତଳେ ପଡ଼ିଯାଇଥିଲେ । ଏହା ପରେ ରାଜୁ ଶ୍ରୀବାସ୍ତବଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । 

 

  • Tags:

Subscribe

National International State Sports Entertainment