Home >
ମୋତେ ୩୦ ମିନିଟ ସମୟ ଦିଅ ମୁଁ ସବୁ ଗୁମର ଖୋଲିଦେବି :ଅର୍ଚ୍ଚନା ନାଗ
Khabar Odisha:ED-gets-7-day-remand-of-lady-blackmailer-Archana-Nag
Bhubaneswar:06/12/2022

ମୋତେ  ୩୦ ମିନିଟ ସମୟ ଦିଅ ମୁଁ ସବୁ ଗୁମର ଖୋଲିଦେବି ଗଣମାଧ୍ୟମ କୁ ଏମିତି ବିସ୍ଫୋରକ ବୟାନ ଦେଇଛନ୍ତି ଅର୍ଚ୍ଚନା ନାଗ | ଆହୁରି କହିଥିଲେ ମୋତେ ଫସାଇ ଦିଆଯାଇଛି । ମୁଁ ଆତଙ୍କବାଦୀ ନୁହେଁ ଯେ, ଡରିବି  କିନ୍ତୁ ମତେ ଆତଙ୍କବାଦୀ ଭଳି ଗିରଫ କରାଗଲା । ମୋ ପାଖରେ ବହୁତ କିଛି ସୂଚନା ରହିଛି ତଥ୍ୟ ପ୍ରମାଣ ସହ ସବୁ ପ୍ରମାଣ ଦେବି । ମତେ ସମୟ ଦରକାର । ନେତା ମନ୍ତ୍ରୀ କିଏ ସମ୍ପୃକ୍ତ ଅଛନ୍ତି ସବୁ କହିବି ମୁଁ କହିଲେ ସାରା ରାଜ୍ୟ ପରିବର୍ତ୍ତନ ହେଇଯିବ । ମୁଁ ଛାଡିବିନି |ମତେ ଫସାଇ ଦିଆଯାଇଛି। ମୁଁ କଣ ଆତଙ୍କବାଦୀଙ୍କ ଭଳି ଦେଖାଯାଉଛି । ମତେ ପ୍ରେସ ମିଟ୍ କରି ଗିରଫ କରାଯାଇଥାନ୍ତା । ଶ୍ରଦ୍ଧାଞ୍ଜଳିର କଲ୍ ରେକର୍ଡ ଯାଞ୍ଚ କରାଯାଉ । ଆଜି ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ଇଡି । ତେବେ ରିମାଣ୍ଡରେ ନେବା ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ଅର୍ଚ୍ଚନାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଆଉ କ୍ୟାପିଟାଲ ହସ୍ପିଟାଲ ନେଲାବେଳେ ଅର୍ଚ୍ଚନା ନାଗ ଏପରି  ପ୍ରତିକ୍ରିୟା ରଖିଛନ୍ତି। 

Subscribe

National International State Sports Entertainment