Home >
ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପୁଣି ହିରାକୁଦରେ ଖୋଲିଲା ଆଉ ୨ ଗେଟ୍‌,ମୋଟ୍ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
Khabar Odisha:Due-to-heavy-rains-in-the-upper-reaches-2-more-gates-were-opened-in-Hirakud-and-drainage-was-continued-through-a-total-of-20-gates

ସମ୍ବଲପୁର,ସେପ୍ଟେମ୍ବର ୧୫(ଖବର ଓଡ଼ିଶା): ରାଜ୍ୟରେ ଗତ ଶନିବାରରୁ ଲଗାଣ ବର୍ଷାରେ ବିଭିନ୍ନ ନଦୀର ଜଳ ସ୍ତର ବୃଦ୍ଧି ପାଇଥିବା ବେଳେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିପାରେ ବୋଲି ଏସଆରସି ସୂଚନା ଦେଇଛନ୍ତି । ତେବେ ପ୍ରବଳ ବର୍ଷା ପରେ ହିରାକୁଦ ଡ୍ୟାମରେ ବଢୁଥିବା ଜଳ ପ୍ରବାହକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ବୁଧବାର ଜଳଭଣ୍ଡାରର ଆଉ ୨ଟି ସ୍ଲୁଇସ୍ ଗେଟ ଖୋଲିଛନ୍ତି, ଏହା ପୁର୍ବରୁ ସକାଳେ ୬ ଟି ଏବଂ ମଧ୍ୟାନରେ ୬ ଟି ଗେଟ ଖୋଲାଯାଇଥିଲା। ଏହାକୁ ମିଶାଇ ବର୍ତ୍ତମାନ ଜଳଭଣ୍ଡାରରୁ ୨୦ ଟି ଫାଟକ ଦେଇ ଜଳ ନିଷ୍କାସିତ ହେଉଛି । ହିରାକୁଦର ସର୍ବାଧୀକ ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ବର୍ତ୍ତମାନ ଜଳସ୍ତର ୬୨୮.୧୦ ଫୁଟରେ ରହିଛି । 

ଗତକାଲି ହିରାକୁଦର ଜଳ ସ୍ତର ବୃଦ୍ଧି ପାଇ ୬୨୬.୨୭ ଫୁଟ ରେ ପହଁଞ୍ଚିଥିଲା । ଏହାପରେ ନଦୀବନ୍ଧ କତୃପକ୍ଷ ୬ ଗେଟ ଖୋଲି ବନ୍ୟାଜଳ ନିସ୍କାଶିତ କରିଥିଲେ । ତେବେ ଡ୍ୟାମର କର୍ତ୍ତୃପକ୍ଷ ଆଶ୍ୱାସନା ଦେଇଛନ୍ତି ଯେ ପରିସ୍ଥିତି ଉଦ୍ବେଗଜନକ ନୁହେଁ ଏବଂ ଏହା ମହାନାଦୀ ତଳିଆ ଅଞ୍ଚଳରେ କୌଣସି ବନ୍ୟା ପରିସ୍ଥିତି ସୃଷ୍ଟି କରିବ ନାହିଁ। ଜଳଭଣ୍ଡାରରେ ପ୍ରବେଶ କରୁଥିବା ବନ୍ୟା ଜଳର ଅଧାକୁ ଆମେ ମୁକ୍ତ କରିବୁ। ତେଣୁ ତଳିଆ ଅଞ୍ଚଳରେ ବନ୍ୟା ପରି ପରିସ୍ଥିତିର କୌଣସି ସମ୍ଭାବନା ନାହିଁ ବୋଲି ଡ୍ୟାମର ମୁଖ୍ୟ ଇଞ୍ଜିନିୟର ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି

  • Tags:

Subscribe

National International State Sports Entertainment