Home >
ରଥଯାତ୍ରା ପ୍ରସାରଣ ନେଇ ଦୂରଦର୍ଶନ କେନ୍ଦ୍ର ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
Khabar Odisha:Doordarshan-Kendras-press-conference-on-the-broadcast-of-the-rath-yatra
ଭୁବନେଶ୍ୱର, ଜୁନ ୩୦ (ଖବର ଓଡ଼ିଶା):

ରଥଯାତ୍ରା ପ୍ରସାରଣ ନେଇ ଦୂରଦର୍ଶନ କେନ୍ଦ୍ରର ସାମ୍ବାଦିକ ସମ୍ମିଳନୀ । ସ୍ନାନଯାତ୍ରାରେ ଦୁଇ ଦିନ ପୂର୍ବରୁ ସରକାରଙ୍କ ପାଖରୁ ଖବର ଆସିବା ପରେ ସିଧାପ୍ରସାରଣ କରାଗଲା ଓ ସବୁ ଚ୍ୟାନେଲକୁ ମାଗଣାରେ ଫିଡ଼ ଯୋଗାଇ ଦିଆଗଲା । ରଥଯାତ୍ରାରେ ବି ମାଗଣାରେ ଫିଡ ଯୋଗେଇ ଦିଆଗଲା । ଆଗକୁ ବାହୁଡା, ସୁନାବେଶ, ଅଧରପଣା, ନିଳାଦ୍ରୀବିଜେ ମଧ୍ୟ ସିଧା ପ୍ରସାରଣ ହେବ । ସବୁ ଚ୍ୟାନେଲ କୁ ମାଗଣାରେ ଫିଡ଼ ଯୋଗାଇ ଦିଆଯିବ।

ଏଥିପାଇଁ 12 ଟି ଏଚ ଡି କ୍ୟାମେରା ଓ 2ଟି ଜିମି ଲାଗିଛି । ଡ୍ରୋନ ମଧ୍ୟ ବ୍ୟବହାର ହୋଇଛି । ବାହୁଡ଼ା ଓ ସୁନାବେଶର ଲାଇଭ ଏନ ଆଇ ସି ମାଧ୍ୟମରେ ହେବ । ବହୁଡାଯାତ୍ରାଠୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଲାଇଭ ଡ଼ିଡି ଓଡ଼ିଆର ୟୁଟୁବ ଚ୍ୟାନେଲରେ ଉପଲବ୍ଧ ହେବ । କରନା ଭୟ ସତ୍ୱେ ମଧ୍ୟ ଦୂରଦର୍ଶନ କର୍ମଚାରୀ ମାନେ ଯୁଧ୍ୟକାଳୀନ ଭିତ୍ତି ରେ କାମ କରିଛନ୍ତି । ଆସନ୍ତାକାଲି ବାହୁଡା ପାଇଁ ସକାଳ ସାଢେ 7 ଟା ରୁ ପ୍ରସାରଣ ଆରମ୍ଭ ହେବ । ସୁନାବେଶ ଗୁରୁବାର ଅପରାହ୍ନ ସାଢେ 3 ଟା ରୁ ଓ ଅଧର ପଣା ଶୁକ୍ରବାର ଅପରାହ୍ନ ସାଢେ 4 ଟା ଓ ନିଳାଦ୍ରୀବିଜେ ଶନିବାର ସାଢ଼େ ତିନିଟା ରୁ ପ୍ରସାରଣ ହେବ ବୋଲି ଦୂରଦର୍ଶନ ପକ୍ଷରୁ ସମ୍ୱାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି ।

  • Tags:

Subscribe

National International State Sports Entertainment