ଓଡ଼ିଶାରେ ହାତୀ ସୁରକ୍ଷା ଓ ସଂରକ୍ଷଣକୁ ନେଇ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ବଢ଼ୁଥିବା ହାତୀ ମୃତ୍ୟୁକୁ ନେଇ ସେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି | ଧର୍ମେନ୍ଦ୍ର କହିଛନ୍ତି, ହାତୀ-ମଣିଷ ସଂଘର୍ଷ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି । ଗତ ୧୦ ବର୍ଷରେ ଓଡ଼ିଶାରେ ୭୮୪ଟି ହାତୀଙ୍କ ମୃତ୍ୟୁ ହୋଇଛି। ପ୍ରତିବର୍ଷ ହାରାହାରି ୮୦ଟି ହାତୀ ମୃତ୍ୟୁବରଣ କରୁଛନ୍ତି। ସେମାନେ ବିଦ୍ୟୁତ ଆଘାତ, ରୋଗ/ଦୁର୍ଘଟଣାରୁ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଚଳିତ ବର୍ଷ କେବଳ ମାର୍ଚ୍ଚ ମାସରେ ସାତଟି ହାତୀ ମୃତ୍ୟୁମୁଖରେ ପଡ଼ିଥିବାବେଳେ ଏହା ଗତ ତିନି ବର୍ଷ ମଧ୍ୟରେ ସର୍ବାଧିକ । ହାତୀ ଭଳି ଅନ୍ୟ ବନ୍ୟପ୍ରାଣୀଙ୍କୁ ସୁରକ୍ଷାକୁ ମଧ୍ୟ ଧ୍ୟାନ ଦେବା ନିହାତି ଆବଶ୍ୟକ । ହାତୀଙ୍କ ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ ନେବାକୁ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି ।