ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବୃଦ୍ଧି ପାଇଛି। ଏହାର ମୁକାବିଲା କରିବା ପାଇଁ ଦିଲ୍ଲୀ ସରକାର ପେଟ୍ରୋଲରେ ଚାଲିଥିବା ବିଏସ୍-୩ ଓ ଡିଜେଲରେ ଚାଲିଥିବା ବିଏସ୍ ୪ର ସମସ୍ତ ୪ ଚକିଆ ଗାଡ଼ି ଉପରେ ବ୍ୟାନ ଲଗାଇଛନ୍ତି। ଏହି ବ୍ୟାନ ଅବଧି ଆସନ୍ତା ଡ଼ିସେମ୍ବର ୯ ତାରିଖ ଯାଏ ବଳବତ୍ତର ରହିବ ବୋଲି ନିଷ୍ପତି ନିଆଯାଇଛି। କେନ୍ଦ୍ର ସରକାରଙ୍କ ବାୟୁ ଗୁଣବତ୍ତା ସୂଚକାଙ୍କର ଷ୍ଟେଜ ଅନ୍ତର୍ଗତ ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ(ଜିଆରଏପି)ର କଟକଣା ଆଧାରରେ ଏପରି ନିଷ୍ପତ୍ତି ହୋଇଛି |
ଜିଆରଏପିର ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ରବିବାର ସବ କମିଟି ବୈଠକ ବସିଥିଲା। ଏହି ସମୟରେ ଦିଲ୍ଲୀର ବାୟୁ ଗୁଣବତ୍ତା ଓ ପାଣିପାଗ ବିଭାଗ କରିଥିବା ଆକଳନକୁ ସମୀକ୍ଷା କରାଯାଇଥିଲା। ଏହି ସମୀକ୍ଷା ବୈଠକର ଦିନକ ପରେ ଗାଡ଼ି ଉପରେ ବ୍ୟାନ ଲଗାଯାଇଛି। ମୋଟର ଯାନ ଆକ୍ଟ, 1988 ର ଧାରା 115 ଅନୁଯାୟୀ, ଉଲ୍ଲଂଘନକାରୀଙ୍କୁ 20 ହଜାର ଟଙ୍କା ଜରିମାନା କରିବାକୁ ସହରର ଟ୍ରାଫିକ ପୋଲିସ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି |