ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ବାତ୍ୟା ‘ବିପର୍ଯ୍ୟୟ’ ଭୀଷଣ ରୂପ ନେଇଛି । ବାତ୍ୟା ‘ବିପର୍ଯ୍ୟୟ’ ବର୍ତମାନ ଗୋଆଠାରୁ ପଶ୍ଚିମ ଦକ୍ଷିଣ-ପଶ୍ଚିମ ଦିଗରେ 890 କିଲୋମିଟର ଦୂରରେ ରହିଛି । ଏବେ ଏହା ଉତ୍ତର ଆଡ଼କୁ ଗତି କରି ଅଧିକ ଘନୀଭୂତ ହେବାର ସମ୍ଭାବନା ଥିବା କୁହାଯାଉଛି । ଆଗାମୀ 24 ଘଣ୍ଟାରେ ଅତି ଭୀଷଣ ବାତ୍ୟାର ରୂପ ନେବ ‘ବିପର୍ଯ୍ୟୟ’ ।
'ବିପର୍ଯ୍ୟୟ', ଏହା ବାଂଲାଦେଶ ଦ୍ୱାରା ନାମକରଣ କରାଯାଇଛି । ଅନେକ ମଡେଲରେ ଦେଶର ପଶ୍ଚିମ ଉପକୂଳ ଯିବା ନେଇ ସୂଚନା ଦେଉଛି । ସ୍କାଏ ମେଟ୍ ସମେତ କିଛି ପାଣିପାଗ ସଂସ୍ଥାର ମଡେଲ ପ୍ରଥମେ ଉତ୍ତର ଓ କ୍ରମଶଃ ରିକର୍ଭ ହୋଇ ଉତ୍ତର-ଉତ୍ତରପୂର୍ବ ଆଡ଼କୁ ଗତି କରି ଓମାନ ଓ ୟେମେନ୍କୁ ଯିବାର ସମ୍ଭାବନା ରହିଛି । ତେବେ ମୁମ୍ବାଇସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ପାକିସ୍ତାନରେ ଲ୍ୟାଣ୍ଡ୍ଫଲ୍ କରିପାରେ । ପୂର୍ବରୁ ପାଣିପାଗ କାର୍ଯ୍ୟାଳୟ ଜାରି କରିଥିବା ବୁଲେଟିନ୍ରେ କହିଥିଲା ଯେ, ମଙ୍ଗଳବାର ସକାଳ 8.30 ସୁଦ୍ଧା ଉକ୍ତ ଅବପାତ କରାଚୀଠାରୁ 1,490 କିଲୋମିଟର୍ ଦୂରରେ ଥିଲା।
ତେବେ ଏହି ବାତ୍ୟା ଯୋଗୁଁ ମୁମ୍ବାଇରେ ମୌସୁମୀ ବାୟୁ ପହଞ୍ଚିବାରେ ବିଳମ୍ବ ଘଟିବ। ସୂଚନାଯୋଗ୍ୟ, ପାନୀୟଜଳ ପାଇଁ ମୁମ୍ବାଇ ସମ୍ପୂର୍ଣ୍ଣ ରୂପେ ମୌସୁମୀ ବାୟୁ ପ୍ରବାହଜନିତ ବର୍ଷା ଉପରେ ନିର୍ଭର କରେ।