Home >
ପୁଣି ଭୁବନେଶ୍ୱର କଟକରୋଡ଼ରୁ ୬୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ
Khabar Odisha:Crime-Odisha-Brownsugar-Seized-from-Bhubaneswar
ଭୁବନେଶ୍ୱର, ଜାନୁଆରୀ ୧୯ (ଖବର ଓଡ଼ିଶା):

ବ୍ରାଉନସୁଗାର ବେପାରୀଙ୍କ ପେଣ୍ଠସ୍ଥଳୀ ପାଲିଟିଛି ରାଜଧାନୀ ଭୁବନେଶ୍ୱର । ଭୁବନେଶ୍ୱରକୁ ସେଫ୍‌ସ୍ଥାନ ଭାବୁଥିବା ବ୍ରାଉନସୁଗାର ବେପାରୀ ଆଜି କ୍ରାଇମବ୍ରାଞ୍ଚର ଏସଟିଏଫ ଜାଲରେ । ପୁଣି ଭୁବନେଶ୍ୱର କଟକରୋଡରୁ ୬୭୭ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । 

ଭୁବନେଶ୍ୱର କଟକ ରୋଡ଼ରେ ବ୍ରାଉନସୁଗାର କାରବାର ନେଇ ସନ୍ଦେହ ପରେ ସେହି ଅଂଚଳ କ୍ରାଇମବ୍ରାଞ୍ଚ ସ୍ନାନରରେ ରହିଥିଲା । ଆଜି କୈାଣସି ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚର ଏସଟିଏଫ ଚଢାଉ କରି ଭୁବନେଶ୍ୱର କଟକରୋଡରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିଛି । ସେଠାରୁ ୬୭୭ ଗ୍ରାମ ବ୍ରାଉନସୁଗର ସହ ନଗଦ ୧୧ ଲଷ ଟଙ୍କା ଜବତ ହୋଇଛି । ଏହି ବ୍ରାଉନସୁଗାର ବେପାରରେ ସମ୍ପୃକ୍ତ ଜମସେଦକୁ କ୍ରାଇମବ୍ରାଞ୍ଚର ଏସଟିଏଫ ଗିରଫ କରିଛି । ଜବତ ହୋଇଥିବା ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୬୭ ଲକ୍ଷ ଟଙ୍କା ହେବ ।

  • Tags:

Subscribe

National International State Sports Entertainment