ଦୁବାଇ: ଏସିଆ କପ୍-୨୦୨୫ର ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ପରେ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏକ ଦୃଢ଼ ବୟାନ ଦେଇଛନ୍ତି। ସୂର୍ଯ୍ୟକୁମାର ପାକିସ୍ତାନ ବିପକ୍ଷରେ ଏହି ବିଜୟକୁ ପହଲଗାମ ଆତଙ୍କବାଦୀ ଆକ୍ରମଣର ପୀଡିତଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ସେ କହିଛନ୍ତି ଯେ ଏହି ବିଜୟ ଭାରତୀୟ ସେନା ପାଇଁ, ଯାହା ଆମ ଦେଶର ଶକ୍ତି ଏବଂ ସାହସିକତାକୁ ବର୍ଣ୍ଣନା କରେ। ସୂର୍ଯ୍ୟକୁମାର ଯାଦବ ମ୍ୟାଚ୍ ପରେ କହିଥିଲେ ଯେ ଆମେ ପହଲଗାମ ଆତଙ୍କବାଦୀ ଆକ୍ରମଣର ପୀଡିତଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛୁ।
ଏସିଆ କପ୍-୨୦୨୫ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ହେଉଛି। ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ ବିପକ୍ଷରେ ବିଜୟକୁ ପହଲଗାମ ଆତଙ୍କବାଦୀ ଆକ୍ରମଣର ପୀଡିତଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରି ପାକିସ୍ତାନକୁ ଉଚିତ ଜବାବ ଦେଇଛନ୍ତି। ଟସ୍ ସମୟରେ ମଧ୍ୟ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ ଦଳର ଅଧିନାୟକ ସଲମାନ ଅଲି ଆଗାଙ୍କ ସହିତ ହାତ ମିଳାଇ ନଥିଲେ। ମ୍ୟାଚ୍ ଜିତିବା ପରେ ମଧ୍ୟ ଭାରତୀୟ ବ୍ୟାଟସମ୍ୟାନମାନେ ପାକିସ୍ତାନୀ ଖେଳାଳିମାନଙ୍କୁ ଚାହିଁ ନଥିଲେ ଏବଂ ହାତ ମିଳାଇ ନଦେଇ ଡ୍ରେସିଂ ରୁମକୁ ଫେରି ଆସିଥିଲେ।
ମ୍ୟାଚ୍ ଜିତିବା ପରେ ସୂର୍ଯ୍ୟକୁମାର ଯାଦବ କହିଥିଲେ ଯେ 'ଆମେ ପହଲଗାମ ଆତଙ୍କବାଦୀ ଆକ୍ରମଣର ପୀଡିତଙ୍କ ସହ ଆମର ଏକତା ପ୍ରକାଶ କରୁଛୁ। ଆମେ ଏହି ବିଜୟକୁ ଭାରତୀୟ ସଶସ୍ତ୍ର ବାହିନୀଙ୍କୁ ଉତ୍ସର୍ଗ କରୁଛୁ, ଯେଉଁମାନେ ସାହସ ଦେଖାଇଛନ୍ତି। ମୁଁ ଆଶା କରୁଛି ଯେ ସେମାନେ ଆମକୁ ଏହିପରି ପ୍ରେରଣା ଦେଇ ଚାଲିବେ ଏବଂ ଆମେ ସର୍ବଦା ସେମାନଙ୍କୁ ଭୂମିରୁ ହସ ଫୁଟାଇବାର ସୁଯୋଗ ଦେବୁ। ଯେତେବେଳେ ବି ଆମେ ସୁଯୋଗ ପାଇବୁ, ଆମେ ସେମାନଙ୍କ ମୁହଁରେ ଖୁସି ଆଣିବୁ।' ସୂର୍ଯ୍ୟକୁମାର ଯାଦବ ଏହି ବକ୍ତବ୍ୟ ସହିତ ଆତଙ୍କବାଦ ବିରୁଦ୍ଧରେ ଭାରତର ଏକତାର ଉଦାହରଣ ସ୍ଥାପନ କରିଛନ୍ତି।
ଅଧିକ ପଢ଼ନ୍ତୁ: ପାକିସ୍ତାନରେ ମନ୍ଦିର ଜମି ଉପରେ ବେଆଇନ ଦଖଲ