ଲିଙ୍ଗରାଜ ମନ୍ଦିରରେ ଫାଟ । ପୂର୍ବରୁ ଶ୍ରୀଲିଙ୍ଗରାଜ ମନ୍ଦିରର ଅଷ୍ଟଧାତୁ କଳସରେ ଫାଟ ଓ ରାହାପାଗରେ ଫାଟ ସମସ୍ୟା ସୁଧୁରିଥିଲେ ହେଁ ଏବେ ଆଉ ଗୋଟିଏ ବଡ଼ ସମସ୍ୟା ମୁଣ୍ଡବ୍ୟଥାର କାରଣ ସାଜିଛି । ମୁଖ୍ୟ ମନ୍ଦିରରେ ଥିବା ଶ୍ରୀଲିଙ୍ଗ ଓ ଶକ୍ତିଙ୍କ ମଧ୍ୟରେ ଥିବା ସଂଯୋଗ ସ୍ଥାନ ‘କଣ୍ଠ’ରେ ଫାଟ ସୃଷ୍ଟିହୋଇ ଏବେ ସ୍ଥିତି ଗମ୍ଭୀର ହୋଇ ଯାଇଛି। ଯଦି ଫାଟର ମରାମତି ନହୁଏ ତେବେ ଆଗକୁ ମୁଖ୍ୟ ଲିଙ୍ଗ କ୍ଷୟ ହୋଇଯିବାର ଆଶଙ୍କା ରହିଛି।
ଶ୍ରୀଲିଙ୍ଗ ଓ ଶକ୍ତି ମଧ୍ୟରେ ଥିବା ସଂଯୋଗ ସ୍ଥଳ କଣ୍ଠରେ ଏହିସବୁ ସାମଗ୍ରୀ ଲାଗି ରୁହେ। ଫଳରେ ଏବେ ଏଠାରେ ୧୨ ଇଞ୍ଚ ପର୍ଯ୍ୟନ୍ତ ଫାଟ ସୃଷ୍ଟି ହୋଇଛି। ଲିଙ୍ଗରାଜ ମନ୍ଦିରରେ ଏଭଳି ଦୃଶ୍ୟକୁ ଏବେ ଶ୍ରଦ୍ଧାଳୁ ମାନେ ଦୁଃଖ ପ୍ରକାଶ କରିଛନ୍ତି । ଶ୍ରଦ୍ଧାଳୁଙ୍କ ବିଶ୍ୱାସ ଅଛି କି ଯଦି ମନ୍ଦିରରେ ଏଭଳି ହୁଏ ତେବେ ଭବିଷ୍ୟତରେ ଭବିଷ୍ୟତରେ ବିପଦର ଆଶଙ୍କା ଥାଏ । ମନ୍ଦିରର ପୂଜାପଣ୍ଡା କହିଛନ୍ତି ପାଦୁକ ଶକ୍ତି ଓ ଶ୍ରୀଲିଙ୍ଗର ଏହି ସଂଯୋଗ ସ୍ଥାନରେ ଜମି ରହି ପୁରୁଣା ହେବାରୁ ଏହି ସ୍ଥାନରେ ଦେଖା ଦେଉଥିବା ଫାଟକୁ କରାଳ ଲଗାଯାଇ ବନ୍ଦ କରାଯାଏ। ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ କରାଳ ଯୋଗାଇବା ପରେ ସେବାୟତମାନେ କରାଳ ଲଗାଇଥାନ୍ତି।ନୂଆ ଗାମୁଛା, ଝୁଣା, ଲାଖ, ଗୁଡ଼, ରାଶିତେଲ ଓ କର୍ପୂର ମିଶ୍ରଣରେ କରାଳ ପ୍ରସ୍ତୁତ କରାଯାଇଥାଏ। କରାଳ ଦୀର୍ଘଦିନ ହେବ ଦିଆଯାଇ ନଥିବାରୁ କଣ୍ଠ ଫାଙ୍କା ଦେଖାଯାଉଛି ବୋଲି ଜଣାପଡିଛି । ଏଥିପ୍ରତି ଧ୍ୟାନ ଦେବାକୁ ମନ୍ଦିରର ପୂଜା କହିଛନ୍ତି ।
ଅଧିକ ପଢନ୍ତୁ :ନଡ଼ିଆ ରାଣୀ ମା’ ତାରିଣୀ